STORYMIRROR

Rabindra kumar Sahoo

Abstract

4  

Rabindra kumar Sahoo

Abstract

ଯାତ୍ରା

ଯାତ୍ରା

1 min
307

   ଆମେ ଅଭିନେତ୍ରୀ

   ଆମେ ଅଭିନେତା

  ଆରମ୍ଭ ଠୁ ଶେଷ

   ଆମ ଏ ଜୀବନ

   ଅଟେ ଏକ ଯାତ୍ରା 

   ଅଟେ ମହାଯାତ୍ରା ।


   କେତେ ଘାତ

   କେତେ ପ୍ରତିଘାତ କୁ ନେଇ

   ଆମ ଏ ଜୀବନର ଯାତ୍ରା

   ସଂସାର ଜଞ୍ଜାଳ

   କୁଟୁମ୍ବ ଜଞ୍ଜାଳ

   ସବୁକୁ ନେଇ

  ଆମ ସଭିଙ୍କର ଏ ଜୀବନ ଯାତ୍ରା ।

   

    ହସ ଓ ଲୁହରେ

   ସୁଖ ଓ ଦୁଃଖ ରେ

   ଜଡିତ ଏ ଯାତ୍ରା

   ସମ୍ପର୍କ ର ଡୋରୀ ରେ

    ବନ୍ଧା ଏ ଯାତ୍ରା

   ଜୀବନ ଯୌବନ

    ଅଭିନୟୟେ ପୂର୍ଣ୍ଣ

    ଶୈଶବ କୈଶୋର

    ଜରା ବାର୍ଦ୍ଧକ୍ୟ ରେ

    ଏ ଜୀବନ ଆମ ପରିପୂର୍ଣ୍ଣ

     କେ ହୁଏ ମିତ୍ର କେ କରେ ଶତ୍ରୁତା

    ଏହି ପରା ଆମ ଜୀବନର ଯାତ୍ରା ।

 

    ଚଲାପଥେ ଆମ 

    ଆସେ କେବେ ପୁଷ୍ପ

    ଆସେ ପୁଣି କେବେ କଣ୍ଟା

    ବିଶ୍ଵାସ ଅବିଶ୍ବାସ କୁ ନେଇ

    ଗଢା ଆମ ସଭିଙ୍କ ଜୀବନ ର ରାସ୍ତା

    ସଖା ସହୋଦର କେହି ନୁହନ୍ତି ନିଜର

    ମାୟାରେ ଭରା ଏ ମାୟା ସଂସାର

     କେବେ ଟେକୁ ପୁଣି କେବେ

     ନତ କରୁ ଆମେ ଆମ ମଥା

    ଏହି ତ କାହାଣୀ ଆମ ଜୀବନ ଯାତ୍ରା ।


    ଉତ୍ଥାନ ପତନ ମଧ୍ୟରେ ଜୀବନ

    ଆଲୋକ ଅନ୍ଧାର ର ସମଷ୍ଟି ଜୀବନ

    ଜନ୍ମ ଠାରୁ ମୃତ୍ୟୁ ଯାଏଁ

     କେତେ ଘଟଣା ଦୁର୍ଘଟଣା ର

      ସମାହାର ଏ ଜୀବନ

    ଜୀବନେ ଆସେ କେତେ 

     ହସଖୁସି ପୁଣି କେତେ ଯନ୍ତ୍ରଣା

   ଏ ଜୀବନ ମୋହ ମାୟାରେ ଅଟେ ଗଣା

    କେ ନୁହେଁ କାହା ପୁତ୍ର

     କେ ନୁହେଁ କା'ର ପିତା

     କେ ନୁହେଁ କା ଦୁହିତା

    ସବୁ ମାୟା ସବୁ ଏଠି ମିଥ୍ୟା

      କର୍ମ ଏଠି ଖାଲି ସତ୍ୟ

     ଧର୍ମ ଏଠି ଖାଲି ସତ୍ୟ

     ଆଉ ସବୁ ପ୍ରହେଳିକା

     ସବୁ ଏ ଚରାମରା ସଂସାରେ ମିଥ୍ୟା

    ଏ ସବୁକୁ ନେଇ ଆମ ଏ ଜୀବନ ଯାତ୍ରା ।


    କିଏ ଏଠି ନାୟକ

    କିଏ ଖଳନାୟକ

    କିଏ ନିଭାଏ ଦୁଃଖଦ ଚରିତ୍ର

    କିଏ ହାସ୍ୟ ଅଭିନେତା

    ଏହି ଆମ ସଭିଙ୍କର ଜୀବନ ଯାତ୍ରା

     କିଏ ନେତା ପୁଣି କିଏ ଅଭିନେତା

     କିଏ ଖଟି ଖଟି ମରିଯାଏ

     ହେଲେ ହୋଇ ରହିଯାଏ

       ସାଧାରଣ ଜନତା

     ଜୀଇଁବା ମରିବା ମଧ୍ୟରେ ଥିବା

     ସମୟ ର ଅନ୍ତରକୁ ନେଇ

      କଳ୍ପନା ପରିକଳ୍ପନା ର

     ଅନ୍ୟନାମ ଆମ ଏ ଜୀବନ

     ଆମ ମିଥ୍ୟା ଅଭିନୟ

     ଆମ ଏ ଜୀବନ ଯାତ୍ରା ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract