Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract

4  

Sukadev Mahanta

Abstract

କ୍ୟାଲେଣ୍ଡର୍

କ୍ୟାଲେଣ୍ଡର୍

1 min
250


ତୁମେ ଫଗୁଣରେ ମଳୟ ପବନ

     ଫେରନ୍ତା ବାଆ ଚଇତି

ପାଗଳ ଭଅଁର  ଉଡି ବୁଲୁଥିବା

    ମତୁଆଲା ପ୍ରଜାପତି ।


ନିଦାଘର ଖରା   ଝାଞ୍ଜି ବାଆ ପୁଣି

    ବରଷାର ଝଡ ରାତି

କାକରରେ ଭିଜା   ନିଶବ୍ଦ ରଜନୀ

    ପଉଷର ଶୀତ ରାତି ।


ଶ୍ରାବଣ ଶ୍ରାବଣୀ   ଶରତ ପାର୍ବଣ

      ଝଲମଲ ଦିନରାତି

ହେମନ୍ତ ଦିପାଳି   ବୋଇତ ବନ୍ଦାଣ

    ମାଣ ବସା ରୀତି ନୀତି ।


  ବୁକୁରେ ତୁମର ଲେଖା ରହିଥାଏ

     ଅସୁମାରୀ ମଧୁ ସ୍ମୃତି

କାନ୍ଥର ପୃଷ୍ଠରେ    ଝୁଲି ରହିଥାଅ

    ଧୀର ସ୍ଥିର ତୁମ ମତି ।


ସବୁବେଳେ ତୁମେ   ହାତ ଠାରି ଡାକି

     କହିଦିଅ ଜନ୍ମ ତିଥି

ତୁମେ ଆଣଦିଅ   ଲେଖାହୋଇଥିବା

      ଲେଖାଥିବା ଦିନ ତିଥି ।


କେଉଁ ଦିନ ଆଣେ    ପୂର୍ଣ୍ଣମୀର ଚାନ୍ଦ      

       କେଉଁଦିନ ଅମାରାତି

କେଉଁ ଦିନ ଆଣେ     ଅସୁମାରୀ ସ୍ବପ୍ନ

      ସପନରେ ସରେ ରାତି ।


କେଉଁଦିନ ପୁଣି    ଚୋରାଏ ସପନ

    ଲୁହରେ ଭିଜାଏ ରାତି 

ତୁମ ବୁକୁପରେ    ଲେଖି ରଖି ଥାଅ

    ମିଳନ ବିରହ ସ୍ମୃତି ।


Rate this content
Log in

Similar oriya poem from Abstract