ସତ୍ୟର ବଜୟ
ସତ୍ୟର ବଜୟ


ସତ୍ୟ ସହ ଚାଲିଲେ ଦିନେ, ସତ୍ୟର ହିଁ ବିଜୟ ହୁଏ,
ସମୟ ସୁଅରେ ଭାସିଲେ, ମାନବତା ବିଲୟ ହୁଏ ।
ମିଛ ଏକ କଳା ବାଦଲ, ସୂର୍ଯ୍ୟକୁ ସେ ଲୁଚାଇ ଦିଏ,
କିଛି କ୍ଷଣ ଧୈର୍ଯ୍ୟ ରଖିଲେ, ପୁଣି ସୂର୍ଯ୍ୟ ଉଦୟ ହୁଏ ।
ସଭ୍ୟତାର ମାନେ ସଂଜମ, ସଭ୍ୟତାର ମାନେ ଶୃଙ୍ଖଳା,
ଅସଂଜତ ପାପ ବଢ଼ିଲେ, ସଂସାରରେ ପ୍ରଳୟ ହୁଏ ।
ବାସ୍ତବତା ଗ୍ରହଣ କରି, ଜୀବନର କର ଆଦର,
କାଉ ହଂସ ପରି ଚାଲିଲେ, ଉପହାସ ବିଷୟ ହୁଏ ।
ଧୈର୍ଯ୍ୟ, ନିଷ୍ଠା, ଜ୍ଞାନ ପାଖରେ, ବ୍ରହ୍ମାଣ୍ଡ ବି ନତମସ୍ତକ,
ହିମାଳୟ ସ୍ଵାଗତ କରେ, ସମୟ ବି ସହାୟ ହୁଏ ।