Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

ସଜ୍ଞାହୀନ ଭାବନା

ସଜ୍ଞାହୀନ ଭାବନା

1 min
209


ଅତି ଦମ୍ଭର ସହ ନିଜକୁ କଥା ଦେଉଥିବା ମନଟା 

ଧିରେ ଧିରେ ବିବେକକୁ ଦେଲା ମନାଇ, 

ବିବେକ କେମିତି ମନର ନାନାବାୟା ଗୀତଶୁଣି

କୁନି ଶିଶୁଟିଏ ପରି ସମୟ କୋଳରେ

ତୁନି ହୋଇ ଶାନ୍ତିରେ ପଡ଼ିଲା ଶୋଇ,


ସମ୍ପର୍କ ର ଗୋଟେ ପାଖ ହେଲା ଗଭୀର ଗମ୍ଭୀର

ଭାବନାରେ ରଚିଲା ମହାକାବ୍ୟ ପ୍ରେମର

ସାଜି ନିଜ ମନ ଦରବାରରେ କାଳିଦାସ, 

ଇଛାକଲା ହେବ ସେ ଚିତ୍ରକର 

ନ ହୋଇପାରେ ପଛେ ଲିଓନାର୍ଡୋ ଦି ଭିନସି

ହୃଦୟରେ କିନ୍ତୁ ସାଜିପାରେ ଦେବବ୍ରତ  

ଆଙ୍କିବାକୁ ଅପୂର୍ବ ହସ ସୁନୟନାର,


ଲେଖିଚାଲିଲା ଗୀତ କବିତା ଅନେକ ଅନେକ

କେବେ ଅର୍ଥହୀନ କେବେ ଅର୍ଥପୂର୍ଣ୍ଣ

ଆଉ କେବେ ସତେ ପାଗଳାମିର ଭାଷା

ସେ ସମ୍ପର୍କ ର ନାମ ସନ୍ଧାନ କଲା

ପାରିଲାନି ଜିତିଲାନି ହାରିଗଲା ସହସା

ଏ ସମ୍ପର୍କ ର ନାହିଁ ସଂଜ୍ଞା ନା ଅଛି ପରିଭାଷା, 


ଏକ ନୂତନତା ଭାବନାର ବନ୍ଧନେ ହେଲା ବାନ୍ଧି

ଏକା ଏକା ଚାଖିଲା ସ୍ୱାଦ ଜାଣିଲେନି କେହି 

ସ୍ୱର୍ଗୀୟ ଆନନ୍ଦ ପ୍ରାପ୍ତି ଇଏ ଏକାକୀ

ସମ୍ପର୍କରେ ପୂର୍ଣ୍ଣତା ଅନାବଶ୍ଯକ ତା' ପାଇଁ

ଧାବମାନ ହେଲା ନାହିଁ ସେ କେବଳ ଅନୁଭବ

ଅନୁଭବରେ ଗଢିଲା ମନରେ ସୁଖର ଉଆସ

ନା ପ୍ରତାରଣାର ଭୟ ନା ଦେହ ଯୋଡ଼ିହେବାରେ ଲୟ

ହୃଦୟ ର କଥା ହୃଦୟରେ ଯାଇ ବାଣ୍ଟିଲା ସୁବାସ। 



Rate this content
Log in

Similar oriya poem from Abstract