Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଶକ୍ତିଶାଳୀ

ଶକ୍ତିଶାଳୀ

1 min
4


ସମୟର ଶକ୍ତିରେ ହିଁ ଜୀବ ହୁଏ ଶକ୍ତ

ପ୍ରଭୁଙ୍କ ଅଭୟରେ ହିଁ ଶରଣାର୍ଥୀ ହୁଏ ମୁକ୍ତ

ପରିସ୍ଥିତିର ପରାକ୍ରମ ହିଁ ପ୍ରକୃତିକୁ ଓ

ପୁରୁଷକୁ କରେ ପ୍ରକୃଷ୍ଟ, ଉତ୍କୃଷ୍ଟ ଓ ଶ୍ରେଷ୍ଠ,

ଧୈର୍ଯ୍ୟର ସୀମା ହିଁ ନିର୍ଦ୍ଧାରଣ କରେ 

ଆତ୍ମବିଶ୍ବାସର ପରିପକ୍ୱତା, ବୁଦ୍ଧିର ଭବ୍ୟତା

ହରାଇପାରେ ସେ ମନର କ୍ରୁରତା, ତିକ୍ତତା

ଆତ୍ମସାଧନାରେ ବିକାରକୁ ଶିକାର କରି କରେ ନଷ୍ଟ,।


ଜର୍ଜରିତ ପରୀକ୍ଷା ହିଁ ଜୀବନକୁ କରେ ଶାଣିତ 

ସଂଘର୍ଷର ନିଆଁରେ ଅନ୍ତରକୁ ଜାଳିଜାଳି

ବିବେକର ବିଶାଳ ସଉଧ ହେଉଥାଏ ନିର୍ମାଣ

ସାଜିବାକୁ ହୁଏ ନିଜେ ନିଜର ବିଶ୍ୱକର୍ମା

ନିଜ ଅସ୍ତିତ୍ୱ କୋଣାର୍କର ମୁଣ୍ଡି ମାରିବାକୁ

ଆତ୍ମସମ୍ମାନରେ ନିଜକୁ ସଜାଇବାକୁ ପଡ଼େ ଧର୍ମା

ବେଳେବେଳେ ଅନ୍ଧାରରେ ବି ଆଖି ମୁଦିବାକୁ ପଡ଼େ

ଭୋଗିବାକୁ ହେବ ତୋତେ ଆହୁରି କଷ୍ଟ, ।


କାଳର ସମୁଦ୍ର ମନ୍ଥନରେ ମନ୍ଥି ହେବୁ ତୁହି

ତୋତେ ଧୀରେଧୀରେ ଅମୃତ ଚିହ୍ନିବାକୁ ହେବ

ବିଷର ଆଧୁନିକ ବୈଷୟିକ ଦୁନିଆରେ 

ଶରୀର ଠୁ ମନ ଅଧିକ ବଡ଼ ପ୍ରୟୋଗଶାଳରେ ବାବୁ

ତୋତେ ହସିହସି ଲୁହକୁ ମାରିବାକୁ ହେବ

ଶକ୍ତିର ଶ୍ରେଷ୍ଠ ତତ୍ତ୍ଵ ତୋ ଭିତରେ ଆଣିବୁ

ନିଜ ହୃଦୟରେ ଅଖଣ୍ଡ ଦୀପଟିଏ ଜାଳିବାକୁ ହେବ

ଏବେ ସବୁଆଡ଼େ ଶୁଭେ ଭାଷା ମଧୁର ମିଷ୍ଟ

ସବୁ ନୁହେଁ ସତ୍ୟ ଯାହା ହେଉଥାଏ ଦୃଷ୍ଟ, ।


ମହାଶକ୍ତିର ମହାଯୁଦ୍ଧ ଚାଲିଛି ବିଶ୍ୱରେ

ସେପରି ଯୁଦ୍ଧ ତୋ ମନରେ ଉଙ୍କି ମାରିବା ଦରକାର

ତୁ ପରା ତୋ' ଅନ୍ତର ସାମ୍ରାଜ୍ୟର ସରକାର

ଭାଙ୍ଗିଦେ ଶିକୁଳି ଯାହା ତୋତେ ବାନ୍ଧିଛି

ଡେଇଁ ଯା ସେ ସୀମା ଯାହା ତୋତେ ଦେଉଛି ଯାତନା

ତୁ ଶକ୍ତିର ପ୍ରତୀକ ସାଜିବୁ ଚାହିଁଲେ

ସମ୍ପୂର୍ଣ୍ଣ ସମର୍ପଣରେ ନିଜକୁ ଗଢ଼ିଦେ

କର୍ମ ହିଁ ସୃଷ୍ଟି କରେ ସମସ୍ୟା

କର୍ମ ଦ୍ୱାରା ହିଁ ସମାଧାନ ହୁଏ ସର୍ଜନା ଓ ସୃଷ୍ଟ।


Rate this content
Log in

Similar oriya poem from Abstract