STORYMIRROR

Debabrata Mishra

Action Classics Inspirational

4  

Debabrata Mishra

Action Classics Inspirational

ଶକ୍ତିତତ୍ତ୍ଵ

ଶକ୍ତିତତ୍ତ୍ଵ

1 min
16


ଥରେ ପାଦ କାଢ଼ି ଦେଖ

ତୁ ସାଜିବୁ ମହାଶକ୍ତିର ମହାସାଗର 

ତୁ ସାଜିବୁ ସୁନାମୀର ମହାସ୍ରୋତ

ତୋ' ଭିତରେ ଅର୍ଜୁନ ଆଉ

ତୁ ହିଁ ସାଜେ ତୋର ଗୁରୁ ଶ୍ରୀକୃଷ୍ଣ

ଶକ୍ତି କୁ ଆବାହନ କର ନିମନ୍ତ୍ରଣ କର

ସାଧନା କର ଆରାଧନା ପ୍ରାର୍ଥନା କରି ଦେଖ

ଆଳସ୍ୟ ନିରାଶର ବିଶାଳ ପର୍ବତ ଅବା ଲୁହାପଥର

ସବୁର ଧ୍ୱଂସ ଓ ନଷ୍ଟ ତୁ ବି କରିପାରିବୁ

ତୁ ବି ଲେଖିବୁ ସାହସ ଓ ପ୍ରେରଣାର ଇତିହାସ ।


ଅନ୍ତର୍ମୁଖୀ ହୋଇଯା ତୁ ଧ୍ୟାନର ପଥରେ

ଦଶ ଦିଗପାଳକୁ ସାକ୍ଷୀ ରଖି 

ଶରୀରର ସାତଚକ୍ରକୁ ଗୋଟିଏ ରେଖାରେ

ସମ୍ମିଳିତ କରିବାକୁ କରିଦେ ତୁ ଆହ୍ୱାନ,

ମୋହର ବନ୍ଧନକୁ ତୋତେ ବାନ୍ଧିବାକୁ ହେବ

ଆତ୍ମାର ଇଲାକାରେ ହେବ ତୋର ଅବସ୍ଥାନ

ତୁ ଡରିଯାଆନାରେ ଏ ଜୀବନର ସତ୍ୟର ସଂଘର୍ଷକୁ

ଥରେ ବୁଝିଗଲେ ଏ ସଂସାର ଓ ପୃଥିବୀର ଶକ୍ତି

ବିଜୟ ପରାଜୟର ଜାଲ ଠାରୁ ମୁକୁଳିଯାଇ

ତୁ ହିଁ ପାଲଟିଯିବୁ ଶକ୍ତିର ପ୍ରଚଣ୍ଡ ପ୍ରବାହ

କଠିନ ପରିଶ୍ରମର ନାହିଁ ବିକଳ୍ପ ବ୍ୟବସ୍ଥା 

ନିଦ ତ୍ୟାଗି ରାତିକୁ କରିଦେ ତୁ ଦିବସ

ତୋ' ଭିତରେ ଜନ୍ମନେବ ଅପୂର୍ବ ଆତ୍ମବିଶ୍ବାସ‌ ।


ଅନ୍ତର ଆତ୍ମାରେ ତୋର ଅଗ୍ନିର ଉଜ୍ଜଳ ଦୀପ୍ତିମାନ

ତୋ ମନର ମୂଲକରେ ଈଶ୍ୱର କରିଛନ୍ତି ତୋତେ

ଅଜସ୍ର ଅସୀମ ଶକ୍ତିରେ ଶକ୍ତିମାନ, ବୁଦ୍ଧିମାନ 

ତୁ ସମ୍ଭାବନାର ସଭ୍ୟତା ନିର୍ମାଣ କରିପାରିବୁ

ଥରେ ପାଦ କାଢ଼ି ଦେଖ ଏ ଜୀବନକୁ ନିକଟରୁ

ତୋତେ ପର୍ବତ ଦିଶିବ କ୍ଷୁଦ୍ର କ୍ଷୁଦ୍ର ମାଟିର ଗରଡା଼

ତୁ ନିଜକୁ ନିଜ ଭିତରେ ଆଉଥରେ ଆବିଷ୍କାର କରି

ସୁନ୍ଦର ସୃଷ୍ଟିରେ ନିଜର ଭୂମିକାକୁ ନିଃସନ୍ଦେହରେ

ନିର୍ବାହ କରିଚାଲ ଈଶ୍ୱରଙ୍କ ଶ୍ରୀନାମ ସ୍ମରଣେ

ମହିଶକ୍ତି ଦୈବୀଶକ୍ତି ଆଶିଷରେ ଶକ୍ତିମନ୍ତ୍ର ଉଚ୍ଚାରଣେ

ତୁ ବି ତ ଶକ୍ତିପୁଞ୍ଜର ଅଧିକାରୀ ମାନବଟିଏ

ଜୀବନର ସବୁ ସନ୍ଧିକୁ ନିଶ୍ଚିତ କରିପାରିବୁ ସମାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action