ବାହାନା
ବାହାନା
ମୁଁ ଲେଖେ ଯେବେ ନିଜସ୍ୱ ଯନ୍ତ୍ରଣାର
ଗୋପନ କଥା, ମୋ ପାଇଁ ଜୀବନଟା
ଅଙ୍କନ ହୁଏ, ଜ୍ୟାମିତି ହୁଏ, ଆଙ୍କେ
ଚିତ୍ର ତୁଳି ନିଏ ରଙ୍ଗ ନିଏ, ରଙ୍ଗ ନିଏ
ଆଙ୍କିବାକୁ ଚିତ୍ର ବିଶ୍ଵରୂପ ପ୍ରେମ ସ୍ୱରୂପର
ଭଲପାଇବାର, ବସୁଧୈବ କୁଟୁମ୍ବକମ ର
କିନ୍ତୁ ଅଭିନୟ ରେ ନିପୁଣ ମଣିଷଟା
ମିଛର ବାହାନାରେ, ଛଳନାର ଛୁରିଘାତ ରେ
ମୁଁ ରକ୍ତାକ୍ତ ହୁଏ, ରକ୍ତ ଜୁଡୁବୁଡୁ ହୁଏ
ଲହୁଲୁହାଣ ହୁଏ, ଆତ୍ମୀୟତା ହିଁ ହୁଏ
ସ୍ୱାର୍ଥର ସନ୍ଧାନ ଆଉ ଭଲ ପାଇବା
ଛଳନାର ଛୁରୀ ଘାତ ଆଉ ବିଶ୍ୱାସର
ହୁଏ ଅପମୃତ୍ୟୁ, ସବୁକିଛି ହୁଏ
ମିଛ ବାହାନା ।।