ପରଶ
ପରଶ


ତମେ ସିନା ଭୁଲିଗଲ
ତମେ ସିନା ସ୍ମୃତିକୁ
କବରି ଦେଲ
ମୁଁ ସାଉଁଟିଛି ଶାମୁକାରୁ
ମୁକ୍ତା, ସ୍ମୃତିର ଅଭୁଲା ପରଶ
ସ୍ମୃତିର ସାଗର ମନ୍ଥନ ର
ହଳା ହଳ ଗରଳ ପି
ନୀଳକଣ୍ଠ ସାଜିଛି
ସ୍ବପ୍ନ ମୋର ସୁନେଲି ନଗରୀ
ସ୍ମୃତି ରୂପେଲି, ଫିକା ମନ
ଫିକା ଜହ୍ନ, ସ୍ମୃତିର
ସଜଳ ସ୍ବପ୍ନଟା ସାଇତିଛି
କ୍ଷତାକ୍ତ ମନଟା ଯେବେ
ଜଳେ ଆଉ କୁହୁଳେ
ସ୍ମୃତିର କଦମ୍ବ ବନରେ
ପରଶ ଟିକକ ପରମଙ୍କ
ଶାନ୍ତିର ଶୀତଳ ଚନ୍ଦନ
ଲାଗେ ବାସେ, ସୁଗନ୍ଧ ଲାଗେ ।