ପରିବର୍ତ୍ତନ
ପରିବର୍ତ୍ତନ
ପଦେ ମିଠା କଥା ପାଇଁ
ଯଦି ମନଟା ବଦଳି ଯାଏ
ହୁଏ ପରିବର୍ତ୍ତନ ର ସ୍ୱର
ପଦେ କଟୁ କଥା କରିଦିଏ
ଅନ୍ୟକୁ ମର୍ମାହତ, ହେଲେ
ବି ବେଳେ ବେଳେ ନିଷ୍ଠୁର
ମଣିଷଟା, ପଦିଏ ମିଠା
କଥାର କାର୍ପଣ୍ୟରେ
ଭାଙ୍ଗି ଦିଏ ଆଉ କାହା
ମନ, ମୋ ଶବ୍ଦର କୋଣାର୍କ
ଭାଙ୍ଗେ ନନ୍ଦନକାନନ ବି ଭାଙ୍ଗେ
ମୁଁ ହୁଏ ହତ ଉତ୍ସାହ ଆଉ ମର୍ମାହତ ।