କାଳିଆ ସାଆନ୍ତ
କାଳିଆ ସାଆନ୍ତ
ଚକା ନୟନ ତୁ କାଳିଆ ବଦନ
କାହିଁକିରେ ହେଲୁ କଳା
ଜଗତର ନାଥ ଶ୍ରୀକ୍ଷେତ୍ର ସାଆନ୍ତ
ଲକ୍ଷ୍ମୀପତି ନନ୍ଦବାଳା I
କୋଟି ବ୍ରହ୍ମାଣ୍ଡର କରତା ତୁହିରେ
ସବୁ ଦେବତାଙ୍କ ରାଜା
କେତେ ତୁ ଖାଉଛୁ ତୋ ପାଇଁରେ ଜଗା
ଷାଠିଏ ପଉଟି ଖଞ୍ଜା I
ଶହେ ଗଙ୍ଗା ଠାରୁ ପବିତ୍ର ଅଟଇ
ନରେନ୍ଦ୍ର ପୋଖରୀ ଜଳ
ଶହେ ବୈକୁଣ୍ଠର ଶୋଭା ଭରପୁର
ଅଟେ ତୋର ଶ୍ରୀମନ୍ଦିର I
ତୋର କଳ୍ପବଟ ମୁଳେ ବସିରହି
ମନେ ଯାହା ମନାସିବ
ତେ ଦୟାରୁ ଜଗା ନିମିଷକେ ତାର
ମନୋବାଞ୍ଛା ପୂର୍ଣ୍ଣ ହେବ I
ବଡ ପବିତ୍ର ତୋ ଶିରୀକ୍ଷେତ୍ର ମାଟି
ତା ପରି ଆଉ କେ ନାହିଁ
ତୋ ବଡଦାଣ୍ଡରେ ପାଦ ରଖିଦେଲେ
ସବୁ ପାପ ଯାଏ ଧୋଇ I
ତୋ ଅବଢା ଅନ୍ନ ଶ୍ରୀ ମହା ପ୍ରସାଦ
ପାଟିରେ ଟିକିଏ ଦେଇ
ଆଶା କରିଛି ମୁଁ ତୋ ଦୟାରେ ଯିବି
ଭବସିନ୍ଧୁ ପାରିହୋଇ I
