ମୋ ଗାଁ
ମୋ ଗାଁ
ସହରଠୁ ଅଳ୍ପ ଦୂରେ ମୋର ଛୋଟ ଗାଁ
ସବୁବେଳେ ଭଲ ତାର ସୁମଧୁର ବାଆ
ତାର କଳନା ଯେ ନାହିଁ
ନିଜଠୁ ନିଜର ଲାଗେ ପରିବେଶ ଭୂଇଁ ।
ନାହିଁ ଏଠି ପ୍ରଦୂଷଣ ନାହିଁ କୋଠା ଘର
ନାହିଁ ଏଠି ଅହଂକାର ନାହିଁ ହତାଦର
ଏଠି ସଭିଏଁ ନିଜର
ଭାଇଚାରା ଭାବ ଆଉ ବେଭାର ମଧୁର ।
ମୋ ପୋଖରୀ ମୋ ଜଙ୍ଗଲ ଅଧିକ ସୁନ୍ଦର
ପାହାଡ଼ ପର୍ବତ ତାର ଦିଶେ ମନୋହର
ମୋହେ ସବୁରି ହୃଦୟ
ମୋ ଗାଁ ର ବିଲ ବଣ ଅତି ରମଣୀୟ ।
ପୁରୁବେ ରହିଛି ଦେବୀ ନାରାୟଣୀ ନାମେ
ଠାକୁରାଣୀ ଶୋଭାପାଏ ଗାଁ ର ପଶ୍ଚିମେ
ଦଧିବାମନ ମଧ୍ୟରେ
ଦକ୍ଷିଣେ ଅଛନ୍ତି ଦେବ ପ୍ରଭୁ ଜମେଶ୍ୱରେ ।
ମୋ ଗାଁ ରେ ହୁଏ କେତେ ଯାନି ଓ ଯାତରା
କୁଆଁରପୁର୍ଣିମା ଆଉ ସେ ରଥ ଯାତରା
ରାମଲୀଳା ପୁଣି
ଶିବରାତ୍ରି ଦୋଳ ଆଉ ଅନେକ ପର୍ବାଣୀ ।
ସବୁବେଳେ ହସଖୁସି ଲାଗି ଆନନ୍ଦ ରହିଛି
ଶସ୍ୟ ଶ୍ୟାମଳା ହୋଇ ମୋ ଗାଁ ଟି ହସୁଛି
ଗୋଧୂଳି ବେଳାରେ
ଗାଈଆଳ ପଛେ ପକ୍ଷୀ ବାହୁଡେ ନିଡ଼ ରେ ।
ମାନବିକତା ଓ ଭଲ ପାଇବାର ଭାବ
ସବୁରି ହୃଦୟେ ପୂର୍ଣ୍ଣ ରଖିଛି ଦଇବ
ଧନ୍ୟ ଗାଁ ର ମହିମା
ଦୟାକର ଦୟାମୟ ହସୁ ମୋର ଗାଁ ।