STORYMIRROR

Chittaranjan Nanda

Abstract

4  

Chittaranjan Nanda

Abstract

ହାତେ ମାପି ଚାଖଣ୍ଡେ ଚାଲିବାକୁ ହୁଏ

ହାତେ ମାପି ଚାଖଣ୍ଡେ ଚାଲିବାକୁ ହୁଏ

1 min
308


ସୁନ୍ଦର ଚକ୍ ଚକ୍ ଚେହେରା ପଛେ ଥାଏ 

ମିଛ ଭରିଥିବା ଚେହେରାଟିଏ

ଉପରକୁ ସ୍ମିତହାସ୍ୟ ଭାବ ପ୍ରକାଶରେ

ଠକିଯାଏ ସରଳ ହୃଦୟର ମଣିଷଟିଏ ।୧।


ସମ୍ପର୍କର ଭରସାରେ ଅନ୍ତ ହୁଏ ସମୟ 

କଣ୍ଟକିତ ଜୀବନର ସଡ଼କରେ

ଏକା ଏକା ଚାଲିପାରିବାକି ବିଶ୍ୱାସ ନକରି 

ସମସ୍ତଙ୍କୁ ଦ୍ୱନ୍ଦ୍ୱ ରଖି ମନରେ।୨।


ଅନ୍ତର ଭିତରେ ଠକିବା ଲକ୍ଷ୍ୟରେ ମଣିଷ 

ମିଠା ମିଠା କଥାରେ ଠକନ୍ତି

ଯୁଗେ ଯୁଗେ, ଅତି ବିଶ୍ଵାସହିଁ ମୂଳ କାରଣ, 

ଅତି ବିଶ୍ଵାସେ ସବୁ ହରାଅନ୍ତି।୩।


ଅତି ଗୋଡାଣିଆ, ମିଠା ମିଠା କଥା 

କହି ମନକୁ ତୋଷନ୍ତି

ଧିରେ ଧିରେ ମିଛ ପ୍ରୀତି ବଢାଇ, ଗୋଟାପଣ 

ହୋଇ ସବୁ ଲୁଟି ନିଅନ୍ତି ।୪।


ତୋଷାମଦିଆର ପ୍ରକୃତି ଜାଣ, ନଇଁ ପଡ଼ି

ଥିଲା ବେଳେ କଷିଦିଏ ବିଧାଟାଏ

ତେଣୁ କଥା ଅଛି ଦୁନିଆରେ, ହାତେ ମାପି 

ଚାଖଣ୍ଡେ ଚାଲିବାକୁ ହୁଏ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract