Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4  

Jagannath Barik

Abstract

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

1 min
357


ପ୍ରେମ ସତ୍ୟ ଶିବ ପ୍ରେମ ବୋଲାଏ ସୁନ୍ଦର

ବିଧାତା ସୃଷ୍ଟିର ଶ୍ରେଷ୍ଠ ସୃଜନ ମନ୍ତର |


ସହଜାତ ଦିବ୍ୟ ଗୁଣ ପ୍ରତ୍ୟେକ ଜୀବର

ପ୍ରେମେ ଏ ଜଗତ ବନ୍ଧା ପ୍ରଣୟ ପର୍ବର |


ପୁଷ୍ପ ବଧୂ ପାଶେ ଅଳି ଚଳନେ ତତ୍ପର

ଚୁମ୍ବିବାକୁ ଦିବ୍ୟ ମକରନ୍ଦ ଅଧରର |


ଚାନ୍ଦେ କୁମୁଦିନୀ ପ୍ରୀତି କମଳେ ଭାସ୍କର

ସ୍ୱାତୀ ବର୍ଷା ସଙ୍ଗେ ଯୋଗ ହୁଏ ଶୁକ୍ତିକର |


ବାରିଦେ ବରହୀ ପ୍ରେମ ଭକ୍ତେ ଭଗବାନ

ନିର୍ମଳ ପ୍ରେମରେ ଚନ୍ଦ୍ର ଚକୋର ବିଧାନ |


ନାରୀ ପୁରୁଷର ପରସ୍ପର ଆକର୍ଷଣ

ପ୍ରେମ ଯୋଗୁଁ ମର୍ତ୍ତ୍ୟ ହୁଏ ଅମର୍ତ୍ତ୍ୟ ଭୁବନ |


ପ୍ରେମ ବିନା ରସଶୂନ୍ୟ ବାଧକ ଜୀବନ

ପ୍ରେମ ବଳେ ଶୁଷ୍କ କାଷ୍ଠ ପାଲଟେ ଚନ୍ଦନ |


ସତ ପ୍ରେମ ବଳେ ହୁଏ ଅସାଧ୍ୟ ସାଧନ

ପ୍ରେମ ନ ମାନଇ ମନା ଆକଟ ବନ୍ଧନ |


କାହା ସଙ୍ଗେ କାହା ପ୍ରେମ ହେବ ସମାହିତ

ଦଇବର ଯୋଗ ସୂତ୍ର ପୂର୍ବୁ ନିର୍ଦ୍ଧାରିତ |


ପ୍ରେମ ପଥ କଣ୍ଟକିତ ଅନ୍ତିମ ସୁଖଦ

ପ୍ରେମରେ ବାଧକ ହେବା ଅଟେ ବଡ଼ ମନ୍ଦ |


ଚାରି କନ୍ୟାର ଜନକ ଗରିବ ପଦନ

ବିଭୁ ଆଶୀର୍ବାଦ ସର୍ବେ ସୁନ୍ଦରୀ ରତନ |


ପ୍ରେମ କରି ସବୁ ଝିଅ ହୋଇଗଲେ ବିଭା

ବିନା ଅର୍ଥେ ସୁବିଧାରେ କାର୍ଯ୍ୟ ହେଲା ନିର୍ଭା |


ଲୋକନିନ୍ଦା ଦୁର୍ନିବାର ନୋହି ବିଚଳିତ

ସତ ପ୍ରେମେ ଲାଭ କର ସୁଖ ଅପ୍ରମିତ |


ପ୍ରେମ ନୁହେଁ କେବେହେଲେ ପାପରେ ଗଣନ

କିନ୍ତୁ ସୁଵିଚାରେ ସାଥୀ କରିବ ଚୟନ |


Rate this content
Log in