କ୍ରୋଧର ନିଆଁ
କ୍ରୋଧର ନିଆଁ
ନିଆଁ ଶଦ୍ଦଟାରେ ବିଶେଷତ୍ଵ ଅଛି
ଜାଳିବା ତାହାର ବିଶେଷ ଗୁଣ
କେବେ ତା ଅନୁପସ୍ଥିତିରେ ବି
ଏ ପୃଥିବୀ ଟା ଅନ୍ଧକାର ର
ଆବଷ୍ଟନି ମଧ୍ୟରେ ଲୁପ୍ତ ହୋଇ ଯାଏତ
କେବେ ସର୍ବସ୍ବାନ୍ତ କରିଦିଏ
ତଥାକଥିତ ଧନୀ ମାନୀ ବ୍ୟକ୍ତିବିଶେଷ ଙ୍କୁ..
ହେଲେ କ୍ରୋଧରେ ଯେଉଁ ନିଆଁ ଜଳେ
ସେତ ସର୍ବଗ୍ରାସୀ ।
ଗୃହରୁ ଉତ୍ପନ ହେଉଥିବା ନିଆଁ
କେତେବେଳେ ଗୃହ କୁ ଧ୍ୱଂସ ସ୍ତୁପ ରେ
ପରିଣତ କରିଦେଇ ଥାଏ
ତାକୁ ବୁଝିବାକୁ ସମୟବି ମିଳେନା
ଯେଉଁ ଟି ପ୍ରେମ ଆନନ୍ଦ
କରୁଣାର ଫଲ୍ଲଗୁ ରେ
ଚୀର ସ୍ରୋତା ହେବାକଥା
ସେଠି ଜ୍ୱାଳାମୁଖୀ ତାର ଲେଲିହାନ ଶୀଖାରେ
ଲାଭା ଉଦ୍ଗିରଣ କରେ।
ଏ ସବୁ ଠିକ୍ ନୁହେଁ, ଏହାର ପରିଣାମ ଭୟାବହ!!!
ଏ ଶୀକ୍ଷା ଏ ସମାଜକୁ ଦେବ କିଏ?
ଯାହା ମୁଣ୍ଡରେ ଥରେ
କ୍ରୋଧର ନିଆଁ ବସା ବାନ୍ଧିଥିବ
ସେ ବୁଝିବ ତ ନାହିଁ
ଓଲଟି କହିବ ଏ ସବୁ
ଭାଷଣ ବା ଗପମୋତେ କୁହ ନାହିଁ।
ଅଧୁନା ଦେଶ ଠାରୁ ଘରେ ଘରେ
କ୍ରୋଧର ନିଆଁ ପ୍ରବଳ ବେଗରେ
ବ୍ୟାପିଛି,
ଯାହା ଲୋକଙ୍କ ମସ୍ତିଷ୍କ ରୁ
ଭଲ ବୁଦ୍ଧି ବିନାଶ କରି
ଇର୍ଷା, ଅସୁୟା, ହିଂସା ରେ
ନିଜକୁ ଧ୍ୱଂସ କରିଦେଉଛି।
ନିଜ ଘରର ଅସ୍ମିତା ଆଜି
ଧ୍ୱଂସ ସ୍ତୁପ ରେ
ପରିଣତ ହୋଇଛି।
ଆମେ ଅନେକ ଲୋକଙ୍କୁ
ବୁଝାଇ ପାରୁଛନ୍ତି,ସେଇଟା ସହଜ
ହେଲେ ନିଜକୁ ବୁଝାଇବା
ଯେମିତି ଦରକାର ପଡେନା
ଆମେ ସବୁ ବୁଝିସାରିଛନ୍ତି,
ସବୁ ଜାଣିଛନ୍ତି ,ଆମେ ସ୍ଥିତ ପ୍ରଜ୍ଞ!!
ଆମ ଠାରୁ ଞ୍ଜାନୀ
ପୃଥିବୀରେ ଆଉ କେହି ନାହିଁ,
କ୍ରୋଧର ନିଆଁ ଯେ ଦିନେ
ଆମକୁ ଯାଳିଦେବ
ଆଉ ଆମେ
ଧ୍ୱଂସ ହୋଇଯିବା
ଏ କଥା ଆମ ଞ୍ଜାତ ସାରରେ ନଥାଏ,
ଅନ୍ୟକୁ ଛୋଟ ଭାବିବା
ସହି ନ ପାରିବା
ମନୁଷ୍ୟର ଏକ
ନିମ୍ନ ମାନସିକତା
ତାକୁ ଭିତରେ ରଖି କ୍ରୋଧର
ନିଆଁ କୁନିର୍ବାପିତ କରି
ସ୍ନେହ, ପ୍ରେମ, ଶ୍ରଦ୍ଧା ,ସହାନୁଭୂତି
ର ପ୍ରଦାନ ରେ ସମସ୍ତଙ୍କୁ କିଣିପାରିବା
ସମସ୍ତଙ୍କୁ ନିଜର କରିପିରିବା।
ଆମେ ଶାନ୍ତିର ମଞ୍ଜି ବୁଣିଲେ
ଶାନ୍ତି ର ଗଛ ନିଶ୍ଚୟ ଉଠିବ!!
ସେଠି ସ୍ନେହ ର ଫୁଲ ନିଶ୍ଚୟ ଫୁଟିବ
ସେଠି ଶ୍ରଦ୍ଧାର ଫଳ ନିଶ୍ଚୟ ଫଳିବ,
ଆଉ ଭଗବାନଙ୍କ ର
ଅଫୁରନ୍ତ କରୁଣା ସର୍ବଦା
ଏ ବିଶ୍ଵରେ ବର୍ଷିବ ଏହା ଧୃବ ନିଶ୍ଚିତ ।