ତୋ ବିନା ଅନ୍ୟଗତି ନାହିଁ
ତୋ ବିନା ଅନ୍ୟଗତି ନାହିଁ
କରି କରାଉଛୁ ସବୁ ରେ କାଳିଆ
ପ୍ରଛଦପଟରେ ରହି
ତୋ ବିନା କେବେ ବି ଗଛରୁ ପତର
ଗୋଟିଏ ବି ଖସେ ନାହିଁ I
ମଣିଷ ଶରୀର ତିଆରିଛୁ ଜଗା
କେତେ କେତେ କଷ୍ଟ ବରି
ହାଡ ସାଂସ ରକ୍ତେ ନାନା ଅଙ୍ଗ ଗଢି
ଖଞ୍ଜିଛୁ ନିଖୁଣ କରି I
ସେହି ଶରୀରରେ ଆତ୍ମା ରୂପରେ
ନିଜେ ତୁହି ବିରାଜିତ
ମଣିଷ ବୁଝିନି ତୁ ହିଁ ତା ମଧ୍ୟେ
ସଦା ହେଉ ଆତଯାତ I
ସବୁ ତୋର ଲୀଳା ଆହେ ଲୀଳାମୟ
କରୁଣା ସାଗର ହରି
ମଣିଷ ଭିତରେ କେତେ ବିଦ୍ୟା ବୁଦ୍ଧି
ଦେଇଛୁରେ ଜଗା ଭରି I
ତଥାପି ଟିକିଏ କପଟ କରିଛୁ
ବିବେକ ଟିକିଏ ଦେଇ
ଅଜ୍ଞାନୀ ମଣିଷ ଏଇ କଥାଟିକୁ
ଏଯାଏ ବି ବୁଝି ନାହିଁ I
ମୁଁ ମୁଁ ବୋଲି ହେଉଛି ସଦା ସେ
ଜାଣି ପାରେ ନାହିଁ ସତ
ମିଣଷ ଭିତରେ ଆଉ କେହିନାହିଁ
ଅଛୁ ତୁ ଜଗତନାଥ I