ଚନ୍ଦ୍ରମଣି
ଚନ୍ଦ୍ରମଣି
ପର୍କୁତି ରାନିର୍ ପାବ୍ଲି ତଲେଁ
ହୁର୍ ହୁରିଆ ଧୁଁକା
ସେ ଆଏ ତ ଭାବର୍ ରଁକା
ଚୁମ୍ବକ୍ ବାଗିର୍ ଘିଚି ଆନ୍ଲା
ବାଘପାଲିଆ ଧୁଁକା ।
ବଉଦୁ ଜନମ୍ ରକତ୍ ମୁଁଡ଼ା ଟେ
ବାଗ୍ବରେ ମାଟ୍ ଖାଏଲା
ସେନ ଜ୍ଞାନ୍ ତାର୍ ଉକିଆ ହେଲା
ତେହେରୁ ବାରିଗାଁ ଶେଷେ ବାଘପାଲି
ନୁଆଁ ପରିଚୟ ପାଏଲା ।
ଆରେ ମନ୍ କଲେ ଯିଏ ଚଢି ପାରୁଥିଲା
ମନ୍ ପବ୍ନର୍ ଯାନ୍
ସେ ନୁହେ ସୁରୁ କି ସାନ୍
ମରଲା ଚରେଇ ର ଦିହି କେ ଢୁକି
ସେ ଦେଇ ପାରୁଥିଲା ଜୀବନ ।
ମନ୍ କଲେ ଇନ ମନ୍ କଲେ ସେନ
ସବୁନ ଥିଲେ ସେ ଢୁକି
ସେଟା ଉପର୍ ବାଲାର୍ ଗହକି
ପୁର୍ଲା ବନ୍ଧେ ଯେ ଚାଲି ଚାଲିକରି
ଏକ୍ଲା ଯାଉଥିଲା ଲହଁକି ।
ଗୁରୁ କୁର୍ପା କଲେ କଲମ୍ ଚଲାଲେ
ଲେଖିଗଲେ ଲେଖା ସର୍ସା
ବାଲ୍କେଲି ଚଉତିଶା
ନାରଦ୍ ଗୀତା ଆର୍ ହଲିଆ ଗୀତ୍ ଯେ
ଉଦ୍ଧବ ଚଉତିଶା ।
କହିଛନ୍ କେତେ ଆତ୍ମଜ୍ଞାନ୍ କଥା
ଧ୍ୟାନ୍ କରି ପାର୍ଲେ ହେଲା
ଶୁନିଛନ୍ ତାକର୍ ଚେଲା
ନିଜର୍ ମନ୍ କେ ନିଜେ ଚିହ୍ନି ପାର୍ଲେ
ମାହାପୁରୁ ଦର୍ଶନ୍ ହେଲା ।