ଜୁଲ୍ଜୁଲିଆର୍ ଦୁଃଖ୍
ଜୁଲ୍ଜୁଲିଆର୍ ଦୁଃଖ୍
ଜୁଲ୍ଜୁଲିଆ ବେଲ୍ ବୁଡ଼ିଆ
ଦିଶୁଥାଏ ଚିକ୍ ମିକ୍
ମନ୍ ରସିଆ ହେଲେ ବି ନିଜ୍କେ
କରୁଥାଏ ସେ ଧିକ୍ ।
ଜନ୍ ତରା ମାନେ କେଡେ କେଡେ ଆନ୍
ମୁଇଁ ତ ଛୁଟିଆ କିରା
ଇତରା ସେ ତରା ଉଡି ବୁଲୁଥିସିଁ
ସବୁ ଗଛର୍ ଡାହି ପଁଖ୍ରା ।
ମୋର୍ ପଛାଡେଁ ଜୁକ୍ ଜୁକ୍ ଜଲେ
ମତେ ନେଇଁ ନ ଜନା
ବଡ଼୍ ବଡ଼୍ ଉକିଆ ତରା ନଏଖ୍ତର୍
ମୁଇଁ କାଏଁ ଥି ଗନା ।
ଫିର୍ ଭି ଇ ମୁନୁସ୍ ମୁଟେ ନେଇଁ ସହେ
ଜନ୍ ସଙ୍ଗେ ମତେ ଜୁରେ
ମୋର୍ ବାଟେ ମୁଇଁ ଛୁଟିଆ ପୋକ୍ ଟେ
ଅନ୍ଧାର୍ କେଁ ମତେ ଡରେ ।
କାହିଁ ମଣି କାହିଁ ଚନ୍ଦ୍ରା କାଣି ହୋ
ମୋର୍ ଉକିଆ କେତେ
ଜୀବନ୍ କେ ଦେଖି ଦଏବ ସିନେ ଗା
ଦେଇଛେ ଟିକେ ମତେ ।
ଛୋଟ୍ ହେଲେ ଭିଲ୍ କାହାର୍ ଧନ୍ କେ
ନେଇଁ କରି ଆଡ଼୍ ଆଏଁଖ୍
ଛୁଟିଆ ପୋକ୍ ମୁଇଁ ଛୋଟ୍ ହେଇଥିମି
ମନ୍ ନେଇଁ କରି ଦୁଃଖ୍ ।
ଛୋଟ୍ ବଲି କେଭେଁ କାହାକେ ଜୀବ୍ନେ
ହଁସି ଦେଲେ ନସି ଗଲା
ନିଜର୍ ଭିତ୍ରର୍ ଜ୍ଞାନ୍ ଜ୍ୟୋତି କେ
ଖୁଲି କରିଦିଅ ମେଲା ।