STORYMIRROR

kamal kumar dash

Abstract

4  

kamal kumar dash

Abstract

ମାଆ ର ମମତା

ମାଆ ର ମମତା

1 min
292


ମୋ ମନର ବ୍ୟଥା   ହୃଦୟର କଥା 

     ଆଖିରୁ ସେ ବୁଝିଯାଏ 

ବହୁତ ଦୂରରୁ     ଟିକେ କଥା ଶୁଣି 

    ଲୁହ ସେ ଗଡାଉ ଥାଏ ।(୧)

ଘରେ ଆସିବାକୁ    ଅଳିକରି ବସେ 

      ସାନ ପିଲାଟିଏ ପରି 

କେବେ ରାଗିଗଲେ   କାନ୍ଦିକାନ୍ଦି କୁହେ 

      ମୁଁ ଆଉ ବଞ୍ଚିବି ନାହିଁ । (୨)

ତୁମ ଜମି ବାଡ଼ି      ଠାକୁର ପୁରାଣ 

     ଆଜିଠୁ ସମ୍ଭାଳ ସବୁ 

ଆମେ ତ ଚାଲିଲୁ    ପ୍ରଭୁଙ୍କ ପାଖକୁ

    ଦିନ ସରେ ଭାବୁ ଭାବୁ । (୩)

ତାର ସେଇ କଥା    ତା' ସ୍ନେହ ମମତା 

     ଆଜି ଖାଲି ମନେପଡେ 

ଦୂର ପ୍ରବାସରେ    ତାର କଥା ଭାବି 

     ନୟନ ଲୁହରେ ପୁରେ ।। (୪)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract