Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Inspirational

4  

Rama chandra Pradhan

Abstract Inspirational

ତୁମେ ଆସୁଛ ବୋଲି ହେ ନବ ବରଷ

ତୁମେ ଆସୁଛ ବୋଲି ହେ ନବ ବରଷ

1 min
229


ତୁମେ ଆସୁଛ ବୋଲି

       ହେ ନବ ବରଷ

ମୁଁ ରାଗ ରୁଷା ଭୁଲି ଯାଇଛି

ସ୍ନେହ ଶରଧାର ପ୍ରୀତି ବନ୍ଧନରେ

     ସଭିଙ୍କୁ ବାନ୍ଧି ରଖୁଛି ।

ତୁମେ ଆସୁଛ ବୋଲି

      ହେ ନବ ବରଷ

ମୁଁ ଦୁଃଖକୁ ପାଶୋରି ଦେଇଛି

ନୂତନ ଆଶାର ନୂଆଁ କିରଣରେ

      ସପନର ସିଡ଼ି ଚଢୁଛି ।

ତୁମେ ଆସୁଛ ବୋଲି 

        ହେ ନବ ବରଷ

ମୁଁ ବଦଭ୍ୟାସ ଛାଡ଼ି ଦେଇଛି

ସତ୍ କର୍ମେ ଚଳି ହୃଦୟ ମନ୍ଦିରେ

     ନୂଆଁକୁ ସ୍ୱାଗତ କରୁଛି ।

ତୁମେ ଆସୁଛ ବୋଲି

      ହେ ନବ ବରଷ

ମୁଁ ପାପକୁ କବର ଦେଇଛି

ନୂଆଁ ଭାବନାର ରଙ୍ଗୀନ୍ ଛିଟାରେ

    ମନକୁ ଚିତ୍ରିତ କରୁଛି ।

ତୁମେ ଆସୁଛ ବୋଲି

     ହେ ନବ ବରଷ

ମୁଁ ସତ୍ ମାର୍ଗେ ବାଟ ଚାଲୁଛି

ନୂଆଁ ଲକ୍ଷ୍ୟ ରଖି ଏଇ ଜୀବନରେ

    ବିଭୁ ପାଶେ ଦୀପ ଜାଳୁଛି ।



Rate this content
Log in

Similar oriya poem from Abstract