STORYMIRROR

SUJATA MISHRA

Abstract

4  

SUJATA MISHRA

Abstract

ନିଃଶବ୍ଦ ଅତିଥି

ନିଃଶବ୍ଦ ଅତିଥି

1 min
304

ବିନା ଶବ୍ଦରେ

ସବୁରି ଅଲକ୍ଷ୍ୟରେ

ପାଦ ଥାପି ଥାପି ତୁମେ ଆସ,

ଫୁଲ ପାଖୁଡ଼ାରେ

କାକରର ମହୁ ଝରିଲା ବେଳେ.

ଅରଣ୍ୟର ଘଞ୍ଚ ସବୁଜିମା

ଅନ୍ଧକାରର ପଣତ

ବିଛେଇଲା ବେଳେ..

ଝିଁ ଝିଁ ଝିଙ୍କାରିର ସ୍ୱର ନୀରବି ଗଲା ପରେ

ତୁମେ ଆସ!

ଅଗଣାରେ ଲେଖା ପଦ୍ମ ପାଖୁଡ଼ାରେ

କୁନି କୁନି ଲକ୍ଷ୍ମୀ ପାଦରେ

କେହି ନ ଦେଖିଲା ବେଳେ

ତୁମେ ଆସ..


ଜହ୍ନ ରାତିର କୁହୁକ ଭିତରେ

ଅନ୍ଧାରର ପଦ ଧ୍ଵନୀ

ହଜି ଯିବା ପରେ

ସବୁରି ଅଜାଣତରେ

ତୁମେ ଆସ।


ଜକେଇ ଯାଏ ଲୁହ

ତରଳି ଯାଏ ଆଖି

ବାମ୍ଫେଇ ଯାଏ ଦୀର୍ଘଶ୍ୱାସ..

ଜମାଟ ବନ୍ଧା କୋହ ଭିତରେ

ଦ୍ରବୀଭୂତ ଆର୍ତ୍ତନାଦ ଭିତରେ

ତୁମେ ଚୁପ୍ ଚାପ୍ ଆସ..!

ଲିଭିଲା ଦୀପର ଶେଷ ଧୂଆଁରେ

ଦେହରୁ ହରି ନିଅ

ଦାହର ଜ୍ଵାଳା...

ଅଣଚାଶ ପବନର

ଝୁଲାରେ ଝୁଲି ଝୁଲି..

ଦେହ ପାଇଁ ଅଦେହର ବାତାୟନ ଖୋଲି...

ତୁଳସୀ ଗଙ୍ଗା ପାଣିର ସ୍ଵାଦରେ

ତୁମେ ଆସ..

କଣା ମାଠିଆର ଝରନ୍ତା ପାଣିରେ

ଝରି ଯାଏ ସମସ୍ତ ଆୟୁଷ..

ନ ଥାଏ ଶେଷ,

ନ ଥାଏ ବି କିଛି ଅବସୋସ..!

ଶେଷ ନିଦ୍ରାର କୁହୁଳା ସ୍ଵପ୍ନରେ

ତୁମେ ଆସ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract