STORYMIRROR

Chittaranjan Nanda

Abstract Inspirational

4  

Chittaranjan Nanda

Abstract Inspirational

କଲମ, ସତ୍ୟର ସନ୍ଧାନ

କଲମ, ସତ୍ୟର ସନ୍ଧାନ

1 min
255


ନିହାତି ଦରକାର ଉତ୍ତମ ଚରିତ୍ରର 

ଧାରା ପ୍ରତ୍ୟେକ ସମାଜରେ

ସଂସ୍କୃତି ଓ ନୈତିକତା କିପରି ଆସିବ 

ସାଂପ୍ରତିକ ଘଟଣାବଳୀରେ ।୧।


ଷଡ଼ଯନ୍ତ୍ର ଚାଲେ ଧର୍ମନିରପେକ୍ଷତା,

ଜାତୀୟ ସଂହତିକୁ ଧ୍ୱଂସ କରିବାରେ

ମନେ ଆସେ ଦେଶପ୍ରେମୀ ମନରେ ବାଛିବା- 

କିପରି ପଥ ପରିବର୍ତ୍ତନରେ ।୨।


ଦେଖ, କିପରି, ମେହନତୀ ମଣିଷ ଜଳନ୍ତି 

ଏଠି ଭୋକର ନିଆଁରେ,

ପେଟେ ଦେଇ ଓଦା କନା, ଗରିବ ଜନତା 

ରାତି କଟାନ୍ତି ଏଠାରେ ।୩।


ପ୍ରତାରଣାର ନିଆଁ ଜାଳିଛି ମଣିଷକୁ,

ଦେଶକୁ ସର୍ବସ୍ବାନ୍ତ କରିଵ ନେଇ;

ଘୃଣ୍ୟ ରାଜନୀତି ନିଆଁ ଜାଳି ଜାଳି ଯାଏ, 

ମାନବିକତାର ଧ୍ୱଂସ ପାଇଁ।୪।


ଭୋକିଲା ଆଖିରୁ ଝରେ ଅଶ୍ରୁ ଧାର

କାନ୍ଦୁଛି, ପୁଂଜିବାଦୀ ନୀତିର ଫଳ

ସଦା ଗରିବକୁ ସାହା, ଅର୍ଥନୈତିକ 

ସାମାଜିକ ନ୍ୟାୟର ହାସଲ ।୫।


କଂସେଇ ମାନେ ଆନନ୍ଦିତ, ଲାଭରେ

ସୁଖରେ କାଟୁଛନ୍ତି ଦିନ

ଗରବେ ଫୁଲାଏ ଛାତି, ଭୋକିଲା ଦେହରୁ

 କରି ରକତ ଶୋଷଣ ।୬।


ହିଂସା ଲୋଭ କବଳିତ ସବଳ, କରେ- 

ଅତ୍ୟାଚାର ଦୁର୍ବଳ ଉପରେ 

ଦଳିତ ପତିତ ଭୋକିଲାର ହୃଦୟ

କଟେ ଲୁହ କୋହ ମଧ୍ୟରେ।୭।


କବିର କଲମ ସତ୍ୟର ସନ୍ଧାନ ପାଇଁ,

ଭୟରେ କର ନାହିଁ ପଳାୟନ

ଆତୁର ଆଖିରୁ ଲୁହ ପୋଛିବା ପାଇଁ 

ଲେଖନୀର ଧାର କର ଉତ୍ତୋଳନ ।୮।


Rate this content
Log in

Similar oriya poem from Abstract