Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

4  

Sukadev Mahanta

Abstract Inspirational

ନୂଆ ବର୍ଷର ଅନୁଭୂତି

ନୂଆ ବର୍ଷର ଅନୁଭୂତି

1 min
388


ସରିଗଲା ଦିନ    ରହିଗଲା ତାର

    ପୁଳା ପୁଳା ସ୍ମୃତି ଚିହ୍ନ

କ୍ୟାଲେଣ୍ଡର ଖାଲି   ରୂପ ବଦଳାଇ

      ଦେଖାଏ ନୂଆ ସପନ |


ପୁରୁଣା ବରଷ     ପୁରୁଣା ହୋଇଣ

     ରହିଯାଏ ଅଧାବାଟେ

ନୂତନ ବରଷ     ହାତରେ ସମର୍ପି

    ଚାଲିଯାଏ ନିଜ ବାଟେ |


ନୂତନ ବରଷ   ମଧ୍ୟରାତ୍ରେ ଆସି

    ଗାଲକୁ ଦେଇ ଆଉଁସି

ନୂତନ ଆଶାର   ସଂଚାର କରଇ

   ସପନେ ଗୋପନେ ଆସି |


ଦିନ ପରେ ଦିନ   ବଦଳେ ଏଠାରେ

    କାଳଚକ୍ରର ଏ ଗତି

ପୃଥିବୀ ପୃଷ୍ଠରେ   କିଛି ବଦଳେନି

    ବଦଳେ ମଣିଷ ମତି |


ସ୍ବାର୍ଥର ପଛରେ   ଅନୁଧାବନର

     ହୁଏ ନାହିଁ ଜମା ଶେଷ

ସ୍ବାର୍ଥ କା'ର ଏଠି    ପୂରଣ ହୁଅଇ

     କା'ର ରହେ ଅବଶୋଷ |


ନିଜ ସ୍ବାର୍ଥ ଲାଗି    ମଣିଷ ଏଠାରେ

     କାଟଇ ପରର ତଣ୍ଟି

ଭଲପାଇବାର    ଛଳନା କରିଣ

   ଅଣ୍ଟି ଛୂରୀ କାଟେ ତଣ୍ଟି |


ସହର ସହର    କେତେ ଯେ ସହର

   ଆସେ ମୋର ଚଲାପଥେ

ଚିହ୍ନା ମୁହଁ ସବୁ     ଅଚିହ୍ନା ଲାଗଇ

  ଜାଣି ପାରେନି କେମନ୍ତେ ।


କେତେ ନୂଆ ନୂଆ     ଲୋକର ସାଥିରେ

       ଦେଖା ହୁଏ ପ୍ରତିଦିନ

ନୂଆ ବନ୍ଧୁ ଦିନେ     ପୁରୁଣା ହୁଅଇ

      ବଦଳଇ ତାର ମନ |


ଆଜି ଯିଏ ନିଜ    କାଲି ହୁଏ ପର

    ସବୁ ଖେଳ ସମୟର

ଦିନ ସରିଗଲେ   ରାତ୍ରୀ ଆଗମନ

  ରାତ୍ରୀ ପରେ ପ୍ରଭାତର |


ପ୍ରକୃତି ଯେମିତି   ବଦଳଇ ନିତି

    ବଦଲଇ ରାତିଦିନ

ସମୟ ସାଥିରେ   ମଣିଷ ବଦଳେ

    ବଦଳେ ତାହାର ମନ |


ଦିନରେ ଆକାଶେ   ଉଅଁଇ ସୂରୁଯ

    ରାତିରେ ଉଅଁଇ ଜହ୍ନ

କେତେ କେତେ ନୂଆ   ଘଟଣା ମନରେ

     ଛାଡିଯାଏ ସ୍ମୃତିଚିହ୍ନ |


ସୁଖ ପରେ ଦୁଃଖ   ଆସଇ ଜୀବନେ

   ଦୁଃଖ ପରେ ଫେରେ ସୁଖ

ନୂଆ ବରଷରେ   ମହାମାରୀ ଦୁଃଖ

   ଆଣିବ କି ସତେ ସୁଖ !


ମନରେ ପୁଲକ    ଆଣି ଆସିଥିଲା

    ମଧ୍ୟ ରାତ୍ରେ ନୂଆ ବର୍ଷ

ସପନ ଦେଖାଇ   ଭରିଦେଇଥିଲା

    ମନରେ ଅପୂର୍ବ ହର୍ଷ |


ସପନ ମୋହର   ସପନେ ରହିଲା

   ସତଟା କହୁଛି ଶୁଣ

ମାୟା ମରିଚିକା   ପଛେ ଧାଇଁ ଶେଷେ

    ଅବଶେଷ ହେଲା ଶୂନ |


ନିଜ ଲୋକମାନେ    ପର କରିଗଲେ

   ଚିହ୍ନା ହୋଇଲା ଅଚିହ୍ନା

ସଂସାର ହାଟରେ   ସଉଦା କରିବା

     କଷଣ କଉଡି ବିନା |


Rate this content
Log in

Similar oriya poem from Abstract