Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subham Sahu

Abstract

4.7  

Subham Sahu

Abstract

କୃତଜ୍ଞତା

କୃତଜ୍ଞତା

1 min
238


ହୃଦୟ ଗହ୍ବରେ ରହିଛ ତୁମେ

       ଜାଣିକି ପାରୁଛୁ ତୁମକୁ ଆମେ

ସବୁ କରମେ ସବୁ ମରମେ

      ଆବୋରି ରହିଛ ଆମକୁ ତୁମେ |

ସବୁ ବାଧାବିଘ୍ନ ଥାଇବି ପୁଣି

      ତୋଳି ଧରୁଛ କୋଳକୁ ଆଣି 

ମନରୁ ହତାସ, ବିଷାଦ ନେଇ

       ପ୍ରାଣରେ ସଂକଳ୍ପ ଶକତି ଦେଇ |

ଦୋଷ ଦୁର୍ବଳତା ଥାଇ ଆମର

       ତୋଳି ନେଇ କରିଛି ଆପଣାର

ତୁମେ ଆମ ପାଇଁ ଆଲୋକ ସମାନ

       ତୁମ ପାଇଁ ଏ ଜୀବନ ମୂଲ୍ୟବାନ |

ଖୋଜୁଅଛୁ ତୁମକୁ ଜୀବନ ପଥେ

       ତୁମେ ଅଛ ଆମରି ସାଥେ ସାଥେ

କୃପାମୟୀ ମା' ତୁମ କରୁଣା ଅପାର

       ଆମେ ସବୁ ତୁମ ପ୍ରେମର ଆଧାର |


Rate this content
Log in

Similar oriya poem from Abstract