STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଏକାକୀ ଜୀବନ

ଏକାକୀ ଜୀବନ

1 min
380

ଏଇ ଯେଉଁ ଜରାଜୀର୍ଣ୍ଣ ଭୂତକୋଠିଟି ଡରାଏ ଅନ୍ଧାରେ

ଦିନେ ସେଠି ହାତ ଠାରି ଡାକୁଥିବା ଘରଟିଏ ଥିଲା,

ନିର୍ଜନତାର ଶବ୍ଦହୀନ ବିସ୍ଫୋଟରେ ଆଜି ଛାତି ଯାଏ ଥରି

ଦିନେ ସୁଖ ସ୍ୱପ୍ନର ବ୍ୟଗ୍ର କୁହାଟରେ ଘରଟା ପୁରି ଉଠୁଥିଲା। 


ଆଞ୍ଜୁଳା ଆଞ୍ଜୁଳା ହସ ବିଞ୍ଚି ହେଉଥିଲା ଘର ଅଗଣାରେ

କିଛି ହସ ଉତୁରି ପଡୁଥିଲା ଝରକା କି ମୁଖ୍ୟଦ୍ୱାର ଦେଇ,

ଛାତ ଉପରେ ଉଡ଼ୁଥିଲା ନିରୋଳା ପ୍ରେମର ଜୀବନ୍ତ ପତଙ୍ଗ

ଈର୍ଷାରେ ଯା ଆସ ଲୋକେ ରହୁଥିଲେ ଘଡ଼ିଏ ଅନାଇ। 


କିନ୍ତୁ ନିୟତିକୁ ଅସହ୍ୟ ଲାଗେ କା କପାଳେ ବେଶୀ ଖୁସି ରେଖା

ଛଡ଼ାଇ ନେଲା ସେ ହାତଟିଏ ଏକ ଶିହରିତ ଆବଦ୍ଧ ହାତରୁ,

ଜୀବନ ଏକାକୀ ଲାଗେ ବିଷ ତୁଲ୍ୟ ଘର ଓ ସଂସାର

ଅଭିପ୍ରାୟ ସରିଗଲେ ଜୀଇଁବାର ଇଛା ମରେ ଅଧା ନିଶ୍ବାସରୁ।


କୋମଳ ହୃଦୟଟିଏ ହାରିଯିବା ଏମିତି କିଛି ନଥିଲା ବିସ୍ମୟ 

ସୁଖ ସ୍ୱପ୍ନ ଭାଙ୍ଗିଗଲା ପରେ ଆତ୍ମବିସ୍ମୃତ ହେବାର ହିଁ ଥିଲା,

ଏକାକୀ ଜୀବନଠାରୁ ମହାପାପ ବେଳେବେଳେ ଶ୍ରେୟସ୍କର ଲାଗେ

ସେଥିପାଇଁ କମ୍ପିତ ହୃଦୟଟିଏ ପିଇନିଏ ଆତ୍ମହତ୍ୟାର ବିଷାକ୍ତ ପିଆଲା। 


ନିସଙ୍ଗତାର ବିଷ ଦଂଶନ ଯେ ଭୋଗିଛି ସେ ଏକା ଜାଣିଛି

ବେଳେବେଳେ କ୍ଷୀଣ ହୁଏ ଧୈର୍ଯ୍ୟ ଦୁଃଖର ଜଳନ୍ତା ଜୁଇରେ,

ସାଥି ଯେବେ ହାତ ଛାଡ଼ି ଦିଏ ଅଦିନରେ ମେଘ ଆସେ ଘୋଟି

ମନ୍ଦିର ବି ବଦଳି ଯାଏ ଦିଅଁ ବିନା ଶ୍ମଶାନ ଭୁଇଁରେ। 


Rate this content
Log in

Similar oriya poem from Abstract