Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Inspirational Others

4  

Prabhati Mahapatra

Abstract Inspirational Others

ଟଗର କୁସୁମ

ଟଗର କୁସୁମ

1 min
359



ଅବିରାମ ଅଭିଷିକ୍ତ କମଳ କୁସୁମ

ସକଳ ହୃଦୟ ଜିଣେ ଦୃଶ୍ୟ ଅନୁପମ ।

ଜନ ଆଢୁଆଳେ ଅବହେଳିତ ଟଗର

ରୂପ ଗୁଣ ଶ୍ରେଷ୍ଠତାରେ ଅପୂର୍ବ ସମ୍ଭାର ।

ରଜନୀ ଗନ୍ଧା ଗୋଲାପ ଲେଖା ଭଳି ଭଳି

କାହିଁକି ଟଗର ଗୁଣ ପାରେନା କେ କଳି ।

ଘନ ସବୁଜ ପଲ୍ଲବ ବୃକ୍ଷ ଶୋଭନୀୟ

ଗୁଚ୍ଛ ଗୁଚ୍ଛ ତାରା ଫୁଲ ଅତି କମନୀୟ ।

ଟଗର କୁସୁମ ବିନା ଗଜରା ଶ୍ରୀହୀନ

ମହୋତ୍ସବ ଫିକା ଲାଗେ ସତେ କି ମଳିନ ।

ନିର୍ଜନ ବିଜନ ବେଳେ ଯାମିନୀର କୋଳେ

ଶୁଭ୍ର ଜ୍ୟୋତି ବିକଶିତ ଏ ମର୍ତ୍ତ୍ୟ ମଣ୍ଡଳେ ।

ଧାରା ଶ୍ରାବଣରେ ଶୋଭା ଅତ୍ୟନ୍ତ ନିଆରା

ଧୋବ ଚାଦର ଢାଙ୍କୁଣି ଦିଶୁ ଥାଏ ତୋରା ।

ନାହିଁ ତ ସୌରଭ ନାହିଁ ଲୋକ ମନେ ଦୟା

ତେବେ ବି ଆନନ୍ଦ ବାଣ୍ଟେ ଉଷା ପରି ସାହା ।

ତୁଷାରପାତେ ବ୍ୟଥିତ ଟଗର ହୃଦୟ

ମଞ୍ଜୁଷା ଯେସନେ ପ୍ରାଣ ଶୀତରେ ଅଥୟ ।

କୋମଳ କଳିକା କଳି ନିଷ୍ପାପ ଜୀବନ

ସଯତ୍ନେ ଆଦର କର ହୋଇ ଦୟାବାନ ।


Rate this content
Log in

Similar oriya poem from Abstract