STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ସଙ୍କଳ୍ପ

ସଙ୍କଳ୍ପ

1 min
5


ତୋ ନିଦ୍ରା ତୋ ବିଶ୍ରାମ

ତୁ ନେଉଥିବା ଲାଞ୍ଚ 

ତୁ କରୁଥିବା ଆରାମ୍ ସଉକ

ତୋତେ ନୀଚ କରି ନ ଦେଉ

ତୁ ଲୋଭରେ ହେଉ ବା ଭୟରେ

ଏବେ ମାନସିକ ପଙ୍ଗୁ ପ୍ରାୟ ତୁହି

ତ୍ୟାଗି ଯେତେ ଚାଟୁକାରପଣ

ଏବେ ତୋର ସଙ୍କଳ୍ପ ନେବା ବେଳ

ବୀର ସନ୍ତାନ ତୁମେ ଡେରି କରିବନିରେ 

ଆସିଯିବ କାଳ ଆସିଯିବ କାଳ ।


ସତର୍କ ଘଣ୍ଟି ବାଜୁଛି 

କାନଡେରି ଶୁଣୁଥାଏରେ 

ତୋ' ରକ୍ତରେ ତୋଷାମଦ ନାହିଁ

ତୋ ରକ୍ତରେ ଅଛି ପରା ବୀରତ୍ୱର ଈତିହାସ

କୋଉଠି ହଜେଇ ଦେଇଛୁ ତୁ 

କଳିଙ୍ଗ ର ସାହସ ଶକ୍ତି ଓ ପୁ‌ରୁଷତ୍ୱ

ଫେରିଆସେ ଜନନୀର ସ୍ୱାଭିମାନ ପାଇଁ 

ବଜ୍ର ପୁତ୍ର ଓ ମହାଶକ୍ତି କନ୍ୟା ତୁମେ

ଜାଗ୍ରତ ହୁଅ ତେଜସ୍ଵୀ ହୁଅ ଶକ୍ତିଶାଳୀ ହୁଅ

ଏବେ ହିଁ ତ ନିଦରୁ ଉଠିବାର ବେଳ ।


ଉଠ ଚାଟୁକାରର ଶେଯରୁ

ନୟନ ଉନ୍ମୁକ୍ତ କରି ଦେଖ ସକାଳ

ତୋ ମା' ତୋ ଜନନୀ ତୋ' ରାଇଜ

ଆଜି ଅସହାୟ କାହିଁକି

କାହିଁକି ସେ କାହା ହାତରେ ବନ୍ଧା

ମୁକୁଳାଇଦେ ରେ ମୁକୁଳାଇଦେ ରେ

ତୋ' ଉତ୍କଳ ମାତା ତୋତେ ଡାକୁଛି

ଗର୍ଜନ କରେ ସ୍ୱାଭିମାନ ସହ

ସୃଷ୍ଟି ହେଉ ରାଇଜରେ ଚହଳ ।


ମାଟି ମା'ର ବକ୍ଷରୁ କୋଟି ମୂଲ୍ୟରେ

ଲୁଣ୍ଠନ ହେଉଛି କଳାହୀରା 

ତୋ' ଓଡ଼ିଆ ଭାଇ ଦାଦନ ଖଟୁଛି

ପର ରାଇଜରେ ଝାଳରକ୍ତ ବୁହାଇ

ପାଦ ପକା ମୁଣ୍ଡ ଉଠାରେ 

ହେ ମୋର ଉତ୍କଳର ସିଂହପୁତ୍ର

ହେ ମାଟିର ଦୂର୍ଗାପରି ଦେବୀ କନ୍ଯାଗଣ

ତୁମକୁ ତୁମ ମାଟି ମା'ର ରାଣ

ଏବେ ତୁମ ଦୃଢ଼ ସଙ୍କଳ୍ପର ବେଳ।


Rate this content
Log in

Similar oriya poem from Abstract