STORYMIRROR

mili rout

Abstract

3  

mili rout

Abstract

ବିଚିତ୍ର ଏ ସଂସାର

ବିଚିତ୍ର ଏ ସଂସାର

1 min
129

ଵିଚିତ୍ର ଏ ଦୁନିଆ ସତରେ

ଜୀବନ ମରଣ ନାହିଁ କାହା ହାତରେ।

ଅଳ୍ପ ଦିନର ଏ ଗଳ୍ପ କାହାଣୀ

ଭଲ କାମ କରି ଲୋକ ହୋଇଥାନ୍ତି ଋଣି।

ଜୀବନର ଚିରାଚର ସତ୍ୟ ଯେ ମରଣ

ପାପ ର ମୋହରେ ପଡ଼ି ମରଣକୁ କରେ ସେ ବରଣ।

ପିତା ମାତା କଂ ଠୁ ବଳି ନାହିଁ କେ ସଂସାରେ

ଏ ମଣିଷ ଜାତି ଛାଡେ ତାଙ୍କୁ ଆଜି ଵୃଧା ଆଶ୍ରମରେ।

ମିଛ ର ମୁଖା ଆଜି ପିନ୍ଧିକି ସେ ବୁଲେ

ସତ୍ୟ ପଥେ ଚାଲୁଥିବା ଲୋକ ବିରହରେ ଜଳେ।

ଅନ୍ୟାୟର ସାହାରାରେ କରେ ସେ ରାଜୁତି

ଦୁଖୀ ଲୋକ କଂ ଉପରେ ଚଲାଏ ତା ନୀତି।

ରାଜା ଏଠି ଅଏସ୍ କରେ ପ୍ରଜାକଂ ଟଙ୍କାରେ

ପ୍ରଜା ଏଠି ଦଃଖ କାଟେ ତା କୁଡିଆ ଘରେ।

ମିଛ ର ଆଶରା ଦେଇ, ଲୋକଙ୍କୁ ସେ ଠକେ

ନିଜେ କରେ ରାଜନୀତି,ଲୋକ ମରନ୍ତି ଭୋକେ।

ନିର୍ବାଚନ ସମୟରେ କରେ ସେ ଗୁହାରି

ନିର୍ବାଚନ ପରେ ସବୁ ଯାଏ ସରି।

ମହାଦେବ ମନ୍ଦିର ରେ ଢାଳେ ସିଏ କ୍ଷୀର

ନିଜ ମାଆ ପାଏନାହି ପିଇବାକୁ ନୀର।

ଵୋହୁ ଏଠି ସଜହୁଏ ପାର୍ରଲର କୁ ଯାଇ

ଶାଶୁ ଏଠି ଚିରା ପିନ୍ଧେ , ଦୁଖଃ ଯାଏ ସହି।

ସତ୍ କର୍ମ କରି, ସତ୍ ପଥେ ଯାଇ ମଣିଷ ହୁଅଇ ଦୁଖୀଃ

ଭୁଲ୍ କର୍ମ କରି, ଭୁଲ୍ ପଥେ ଯାଇ ମଣିଷ ହେଉଛି ସୁଖି।

ସତରେ କେଡ଼େ ଵିଚିତ୍ର ଏ ସଂସାର,

ଏଠି କେହି ନୁହେଁ କାହାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract