STORYMIRROR

mili rout

Abstract

3  

mili rout

Abstract

ଝିଅ ନବ ବିଦାୟ

ଝିଅ ନବ ବିଦାୟ

1 min
128

କାନ୍ଦୁଥିଲି କଇଁ କଇଁ କୋଳେ ଧରୁଥିଲ ମୋତେ

କରିବନି ଦୁର କେବେ କଥା ଦେଇଥିଲ ମୋତେ।


ଭଲ ପାଇବାର ମୋହ ମାୟା ଜାଲେ ଛନ୍ଦି ରଖିଥିଲ ମୋତେ ଆଜି ସେ ଜାଲ ରୁ ମୁକ୍ତ କରୁଅଛ ,ଝୁରି କି ମରିବି ସତେ।


ସବୁବେଳେ କୁହ ଝିଅ ପରଧନ, ରହିବ ବା କେତେ ଦିନ

ଏନ୍ତୁଡି ସାଳାରେ ନ ମାରିକି କାହିଁ, ରଖୁଥିଲ ଏତେ ଦିନ।


ଚାହୁଁଚାହୁଁ ବିତିଗଲା ଯେ ସମୟ, ଜାଣି ମୁଁ ପାରିଲି ନାହିଁ

ବାପା ଆଜି ମୋତେ କରିବେ ବିଦାୟ, କେମିତି ସହିବି ମୁଁହି।


ଲୁହ ଭରା ଆଖି ମୋର ହୁଏ ଢ଼ଳ ଢ଼ଳ

ବାପା ଙ୍କୁ ଦେଖିଲେ କାଇଁ ଲାଗୁଛି ବିକଳ।


ଇଛା ହୁଏ କାନ୍ଦିବାକୁ ତାଙ୍କ ଗୋଡ଼ ଧରି

ଦିଅନି ବିଦାୟ ମୋତେ, ତୁମ ବିନା ଯିବି ସେଠି ମରି।


ସବୁ ଜିଦି ପୁରା କର , କାନ୍ଦି କାନ୍ଦି ଯାହାମୁ ମାଗିଛି

ଏଇ ଇଛା ମୋର ପୁରା କର ବାପା, ଆଜି ତୁମ ଝିଅ କାନ୍ଦୁଛି।


ସରିଗଲା ସବୁ ଖୁସି, ଯାହା ବିତେଇଥିଲି ମୁଁ ତୁମ ସାଥିରେ

ମୋତେ ଛାଡ଼ି ବାପା ତମେ ରହିପାରିବ କି! ଖୁସିରେ ?


ନାରୀ ଜୀବନର ଇଏ ଦୁଖଃ ଭରା ସମୟ

ବାପ ଘର ଛାଡ଼ି ଝିଅ ନବ ଆଜି ବିଦାୟ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract