STORYMIRROR

Mili rout

Others

4  

Mili rout

Others

ଜଗା

ଜଗା

1 min
0

 ହାତ ନଥାଇ ବି ଜଗତ ଡାକୁଛି ତୋତେ ମହାବାହୁ
କାନ ନଥାଇ ବି ଭକ୍ତ ର ଦୁଃଖକୁ ତୁ ଶୁଣୁ ଥାଉ. 
ବଡ ଠାକୁର ବୋଲି ଜଗତେ ପଡୁଛି ହୁରି
ମନମୁଗ୍ଧ ଚେହେରା ତୋ ଭକ୍ତଙ୍କ ମନ ନିଏ କିଣି. 
ଚକା ଆଖି କୁ ତୋ ବହୁ ଡେରି ଯାଏ ପାରେନି ମୁଁ ଚାହିଁ
ଲୁହ ଛଳଛଳ ଆଖି ଦେଖି ମୋର ଦୁଃଖ ବୁଝିପାରୁ ତୁହି. 
ମନର ବେଦନା ଜଣାଇବା ପାଇଁ ଯାଏ ମୁଁ ତୋ ପାଖକୁ
ତୋତେ ଦେଖି ସବୁ ଭୁଲିଯାଏ, ଶାନ୍ତି ଲୀଗେ ମୋ ମନକୁ. 
ତୋ ଚରଣ ତଳେ ପଶିଲି ଶରଣ, ମଣିମା ମୋତେ କରିବ ଉଧାର
ଧନ ,ସୁନା ମୋର ଲୋଡା ନାହିଁ, ଲୋଡା ତୁମ ଆଶୀର୍ବାଦ
କ୍ରୁପାସିନ୍ଧୁ ତୁମ କ୍ରୁପା ରହିଥିଲେ, ମୋ ଜୀବନ ହବ ସାର୍ଥକ ଘର ଦ୍ବାର ଠାରୁ ସ୍ୱର୍ଗ ଦ୍ବାର ଯାଏ, ରହିଥିବ ତୁମେ ଚାହିଁ
ପ୍ରାଣରୁ ମୋ ପିଣ୍ଡ ଛାଡିବା ପ୍ରଭୁ ତୁଣ୍ଡେ ତୁମ ନାମ ନେଇ. 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍