STORYMIRROR

mili rout

Abstract

3  

mili rout

Abstract

ଜୀବନ ସାଥି

ଜୀବନ ସାଥି

1 min
185

ତୁମଠୁ ଆରମ୍ଭ ସଂସାର ମୋହର

ତୁମେ ସାଥେ ଥିଲେ ଦୁଖଃ ର ଶେଷ

ତୁମକୁ ପାଇମୁଁ ପାଇଅଛି ସବୁ

ମନେ ନାହିଁ ମୋର କିଛି ଅବଶୋଷ।

କେବେ ଯଦି କିଛି ଭୁଲ୍ କରିଦିଏ

କହିଦେବ ମୋତେ ସତ କରି

ରାଗ ରଖିବନି ମନରେ ତୁମର

ସଜାଡ଼ି ଦେବି ମୁଁ ଉଜୁଡା ଡୋରି।

ଜୀବନର ଏଇ ଚଲାପଥେ ସାଥି

ଯେବେ ପାଦ ମୋର ଥକିଯିବ

ଆଉଜାଇ ନେଇ ଛାତିରେ ତୁମର

ମଥାରେ ମୋ ପ୍ରୀତି ପରଶି ଦେବ।

ତୁମେ ମୋର ପ୍ରିୟ, ମୁଁ ପ୍ରିୟତମା

ତୁମ ସଙ୍ଗେ ପଥ ଚାଲୁଥିବି

ତୁମ ହୃଦୟର ରାଜ ଉଆସରେ

ତୁମ ମନ ରାଣୀ ସାଜିଥିବି।

ମାଗିବିନି କେବେ ସରଗର ଚାନ୍ଦ

ଅଵା ସୁନା,ରୂପା,ହୀରା,ମୋତି

ଲିଭିଯାଉ ମୋର ଜୀବନର ଦୀପ

ହସିହସି ତୁମ କୋଳରେ ସାଥି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract