ଧନ୍ୟ ମୋ ଜୀବନ
ଧନ୍ୟ ମୋ ଜୀବନ
ଓଡ଼ିଶା ମୋ ମାଟି ଓଡ଼ିଆ ମୋ ଜାତି
ଭରି ରହିଅଛି ଅସୁମାରୀ ପ୍ରୀତି।
ଓଡ଼ିଆ ପୁଅ ମୋ ଭାରି ସ୍ୱାଭିମାନ
ମନରେ ନଥାଏ ରାଗ ଅଭିମାନ।
ଏ ମାଟି ମୋ ପାଇଁ ତୁଳସୀ ଚନ୍ଦନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ।
ଜନ୍ମିଛନ୍ତି କେତେ ବୀର ଯୋଦ୍ଧା ଏଠି
ଭାବିଦେଲେ ଛାତି ଗର୍ବେ ଯାଏ ଫାଟି।
ଏ ଜାତି ଦେଇଛି କେତେ ବଳିଦାନ
ଏ ମାଟି ଧରିଛି କୀର୍ତ୍ତିରାଜିମାନ।
ଓଡ଼ିଶା ମାଟିର ସେ ପାଣି ପବନ
ଭରିଦିଏ ଆଜି ମୋ ଦେହେ ଜୀବନ।
ମାଟିର ସୁଗନ୍ଧେ ମନ ହୁଏ ତୃପ୍ତ
ଏ ଜାତି ଜାଣିଛି ଏ ମାଟି ମହତ୍ତ୍ଵ।
କୋଣାର୍କ ମନ୍ଦିର ଶୋଭା ବୃଧି କରେ
ଶ୍ରୀ ମନ୍ଦିର ବିଶ୍ୱ ମନମୋହିନୀ ଏ।
ଓଡିଶି ନୃତ୍ୟରେ ନାଚି ଉଠେ ମାଟି
ଓଡ଼ିଶାର ଜନ ଆମେ ଓଡ଼ିଆ ମୋ ଜାତି
ଓଡ଼ିଆ ଭାଷାକୁ କରେ ମୁଁ ସମ୍ମାନ
ଏ ମାଟି ମୋ ପାଇଁ ମୋ ମାଆ ସମାନ।
ଏ ମାଟିରେ ଅଛି ଜୈନ ବୁଦ୍ଧ ସ୍ଥାନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ।
ଓଡ଼ିଶା ବୁଝେନି ପଇସାର ମାନ
ଓଡ଼ିଆ ବୁଝଇ ହୃଦୟ ବନ୍ଧନ।
ଶୁଣ ହେ ଓଡ଼ିଆ ଭାଇ ବନ୍ଧୁ ଗଣ
ଓଡ଼ିଶାର କୀର୍ତ୍ତି ନ କରିବ ଖୁଣ।
ଓଡ଼ିଆ ମାଆର ଆମେ ଯେ ସନ୍ତାନ
ଉତ୍କଳୀୟ ଆମେ ଧନ୍ୟ ଆମ ଜୀବନ।