STORYMIRROR

mili rout

Abstract

4  

mili rout

Abstract

ସ୍ବପ୍ନ

ସ୍ବପ୍ନ

1 min
411

ବିନା ନିମନ୍ତ୍ରଣେ ତୁମେ ସ୍ୱପ୍ନ ଆଗନ୍ତୁକ

କେବେ କେବେ ଚାଲିଆସ,

ଆସି ପୁଣି ଦିଅ ଜୀବନରେ ମୋର

କିଛି ନୂଆ ରଙ୍ଗ ସ୍ମିତହାସ୍ୟ।


ଯାହା ପ୍ରାପ୍ୟ ନାହିଁ ଏଇ ଜୀବନରେ

ତୁମେ ତାହା ଦେଇଯାଅ,

କ୍ଷଣିକ ପାଇଁକି ଏସବୁର ପ୍ରାପ୍ତି

ୟେତ ବିଡ଼ମ୍ଵନା ନୁହଁ ?


ବସ୍ତୁବାଦୀ ଆଉ ବାସ୍ତବିକ ଯୁଗେ

ତୂମେ ପ୍ରହେଳିକା ଟିଏ,

ବିବଶତା ପର ମୂହୁର୍ତ୍ତ ପାଇଁକି 

ତୁମେ ସୁସ୍ଥ ଗୀତଟିଏ।


ଅଭିନ୍ନ ସ୍ୱଭାବେ ହୁଅ ରୂପାନ୍ତର 

ଯେମିତି ଵିଚିତ୍ରବର୍ଣ୍ଣା,

ଚେନାଏ ଖୁସିରେ କିଛି ମୁଠା ଦୁଖଃ

ସତେ ତୁମେ ପରିପୂର୍ଣ୍ଣା।


ପ୍ରେୟସୀକୁ ଦେଖି ତୁମ ଅଗଣାରେ

ମନେ ହୁଏ ଉତ୍ପୀଡ଼ନ,

କେବେକେବେ ଦେଖେ ମୃତ୍ୟୁକୁ ସମୀପେ

ଯାହା ନାହିଁ ପ୍ରୟୋଜନ।


ସୁନ୍ଦର ସ୍ୱପ୍ନର ସୌଦାଗର ଟିଏ

ଦେଖିଚାଲେ ନୂଆ ସ୍ୱପ୍ନ,

ଉତ୍କଟ ଜଂଜାଳେ ଯୁଝିକି ନିଜକୁ

ମଣେ ମୁଁ ନିଜେ ବିପନ୍ନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract