STORYMIRROR

mili rout

Abstract

4  

mili rout

Abstract

ଗୁରୁ

ଗୁରୁ

1 min
223

ଅନ୍ଧାରୁ ନିଏ ସେ ଆଲୋକର ପଥେ

କଢାଏ ସେ ବାଟ ସୁଗମ ସଡ଼କେ,

ହୋଇ ଉସ୍ଚ ପ୍ରେରଣାର

କର୍ତ୍ତବ୍ୟ ଶୃଙ୍ଖଳା ଶିକ୍ଷାର ଆଧାର।

ଅବର୍ଣ୍ଣନୀୟ ସେ,

ଅତୁଳନୀୟ ସେ।

ମଥା ପାତି ନମଇଁ ମୁଁ

ଅତି ପ୍ରିୟ ଗୁରୁ ସେ ଆମର।

ଆକୁଳ ବ୍ୟାକୁଳ ହୋଇ

ଏକବିଂଶ ଶତାବ୍ଦୀରେ ଯାଇ

ଶିକ୍ଷାର ସାଧନ ପାଇଁ

ଗୁରୁଟିଏ ପାଇଁ।

ଖୋଜେ ମୁଁ ଯିଏ ଦେବ ଶିକ୍ଷା

ଶାନ୍ତି,ଶୃଙ୍ଖଳା,ସତ୍ୟ,ସଂସ୍କୃତିର

ହେଲେ ଏ କ'ଣ?

ଏ କି ପ୍ରତିଯୋଗିତା !

ଧସ୍ତାଧସ୍ତି,ଦୌଡାଦୌଡି ସଭିଙ୍କ ପାଖେ।

ଖାଲି ଆଗେ ପହଞ୍ଚିବାର ପଣ

ଗୁରୁ ଶିଷ୍ୟ ସଭିଏ ଦିଗହରା

ଶିକ୍ଷକ ପାଖେ ବହି ଲେଖା

ଗୁଡିଏ ସୂଚନା ମାତ୍ର

ପର୍ଯ୍ୟାପ୍ତ କି ଏତିକି ଶିକ୍ଷା

ଅଭାବ ଏ ଯୁଗେ, ନୈତିକତାର

ମୂଲ୍ୟବୋଧର, ଚାରିତ୍ରିକତାର

ସର୍ଵୋପରି ସତ୍ୟତାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract