STORYMIRROR

mili rout

Abstract

4  

mili rout

Abstract

ଆହତ ନାୟିକା

ଆହତ ନାୟିକା

1 min
345

ଆହତ ନାୟିକା ଭାବିଥିଲି ମୁଁ ଯେ

                  ସଂପର୍କ କରିବି ଶେଷ,

କଥାରେ ଏମିତି ମଧୁ ବରଷିଲ

                  ମନକୁ ପାଇଲା ହସ।


ଦ୍ୱନ୍ଦର ଛନ୍ଦକୁ ଛୋଟିଆ ମନରେ

                    ବୁଝିବା ନଥିଲା ଶକ୍ତି,

ଅନ୍ଧାର ବାଟରେ ଆଲୋକ ଦେଖାଇ

                     ତୁମେତ କରିଲ ମୁକ୍ତି।


ଯନ୍ତ୍ରଣା ଭିତରେ ପରିକ୍ଷିତ ନୁହେଁ

                     ପ୍ରମାଣ ପାଇଲ ଆଜି,

ଭୁଲ୍ ବୁଝିବନି ପ୍ରେମିକାକୁ କେବେ

               ପ୍ରେମିକ ପ୍ରବର ସାଜି।


କପାଳ ଆକାଶେ ସିନ୍ଦୂର ତପନ

                     ତୁମକୁ ମାନିଛି ସତ

ଜୀବନ ଯୁଦ୍ଧର ଅଭିନୟ ମଂଚେ

                     ତୁମେ ମୋ ରାଗିଣୀ ଗୀତ।


ବିଶାଳ ଛାତିରେ ପ୍ରଶାନ୍ତି ପାଇଛି

                    ସେନେହ କୁ କରି ନିଜର ସ୍ୱପ୍ନ

ଆଦର ପ୍ରେମରେ ସାଇତି ରଖିବ

                    ଅଧବାଟେ ଛାଡ଼ି ଯିବନି ହାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract