STORYMIRROR

mili rout

Abstract

4  

mili rout

Abstract

ଛନ୍ଦହିନ ଜୀବନ

ଛନ୍ଦହିନ ଜୀବନ

1 min
224

ଛନ୍ଦହୀନ ଜୀବନର ଦୋଛକି ରାସ୍ତାରେ

ସଂପର୍କ ତିଆରି ହୁଏ ନିଜ ନିଜ ସ୍ୱାର୍ଥରେ।

ବୁଦ୍ଧି ଠାରୁ ଜରୁରୀ ପଇସା ର ମୂଲ୍ୟ

କଷ୍ଟର ନାହିଁ ମହତ୍ତ୍ଵ, ଅଟଇ ବାହୁଲ୍ୟ।

ଦୁଖଃ ଏଠି ସୀମାହିନ, ଅଟେ ଅସରନ୍ତି

ପର ର ଅମଙ୍ଗଳେ, ଦୀନ ଯାଏ ବିତି।

ଛନ୍ଦହୀନ ଜୀବନର ମାୟା ଦରବାରେ

ମଣିଷ ହୁଅଇ ଖୁସି, ଅନ୍ୟର ଦୁଖଃ ରେ।

ଦୁଖଃ ପରେ ସୁଖ ଆସେ,ଦୀନ ପରେ ରାତି

ଅପରିବର୍ତ୍ତିତ ଅଟେ, ଇଏ ସଂସାରର ନୀତି।

ମିଛର ନିଶୁଣୀ ଚଢ଼ି ଯାଏ ସେ ଉଚ୍ଚକୁ

ସେ ଉଚ୍ଚ ର ମୂଲ୍ୟନାହିଁ ଗଣା ସେ ନିଚକୁ।

ଅନ୍ୟର ତଣ୍ଟି କୁ କାଟି , ଯାଏ ସେ ମନ୍ଦିର

ସେପରି ପାପି ଙ୍କୁ କ୍ଷମା କରନ୍ତି ଇଶ୍ୱର।

ସଂପର୍କଠୁ ବଡ଼ ଏଠି ପଇସାର, ମାୟା

ଜୀବନକୁ ଜାଳିଦେଇ କରିଦିଏ ଧୁଆଁ।

ଆଖିରେ ଭରି ରହିଛି, ଅସୁମାରୀ ସ୍ୱପ୍ନ ମାନ

ଅସଫଳ ହୁଏ ଆଜି, ଅଟେ ମୁଁ ସାମର୍ଥ୍ୟ ହୀନ।

ଛନ୍ଦହୀନ ଜୀବନରେ ହୋଇଛି ମୁଁ ଛନ୍ଦି

ଦେଶ ରକ୍ଷା ଭକ୍ତ ପରି ମୋ ଜୀବନ ବନ୍ଦି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract