ଗୀତା ଏକ ଚିରନ୍ତନୀ ଉର୍ଜାସ୍ତମ୍ଭ
ଗୀତା ଏକ ଚିରନ୍ତନୀ ଉର୍ଜାସ୍ତମ୍ଭ
ଉଡନ୍ତା ପକ୍ଷୀକୁ
କିଏ ଯଦି ବୁଝାଏ
ଜୀବନର ମାନେ
ଖାଲି ଖାଇବା ଓ ଖୋଜିବା ନୁହେଁ ବୋଲି
ସେ କଣ ବୁଝିଯିବ? l
ଚହଲା ନଈ କୁ
କିଏ ଯଦି କହେ
ଧାଇଁବା ଓ ଧକା ଖାଇବା
ଭିତରେ ଲୁଚି ରହିଛି
ଜୀବନର ମହାମନ୍ତ୍ର
ସେ କଣ ମାନି ନେବ? l
ମାନି ନେବ କି
ଜଳନ୍ତା ନିଆଁ କୁ
କିଏ ଯଦି ଶୁଣାଏ
ନିବୃତ୍ତି ଓ ନିର୍ବାଣ ର
ନିୟନ୍ତା ସେ ନୁହେଁ ବୋଲି l
ନା...
କେହି କେବେ କଣ ମାନିଛି
ସଂଗ୍ରାମ ର ସାର୍ଥକତା
ରମଣ ରେ ନୁହେଁ ଶ୍ରମଣରେ ଥାଏ
ଦେହର ମୃତ୍ୟୁ ହୁଏ
ଆତ୍ମାର ନୁହେଁ l
କିନ୍ତୁ, ବଣରେ ଗାଈ ଜଗୁଥିବା
ସେ ଶ୍ୟାମଳ ପିଲାଟି
ବୁଝେଇ ଦେଇ ଗଲା
ଚଢ଼େଇ କୁ ବଶ କରିବାର ବାଟ
ନଈ ରେ ପହଁରି
ତିଆରି ହେଇପାରେ
ଶାନ୍ତି ର ସେତୁ
ଅଗ୍ନି କୁ ଆୟତ୍ତ କରି
ଯଜ୍ଞ ରେ ଜଗତ କଲ୍ୟାଣର ଉଦ୍ଦେଶ୍ୟ l
ହଁ ସେ ସେଇ,
ବ୍ରହ୍ମ ମୟୀ ସଂଜୀବନୀ କବିତା
ଅଷ୍ଟାଦଶ ଅଧ୍ୟାୟ ର
ଅମୃତମୟ ଅକ୍ଷୁର୍ଣ୍ଣ ସଲିତା
ଯାହା ଆଙ୍ଗୁଳି ଧରି
ବାପା ସଂସାର ର ବାଟ ଚାଲନ୍ତି l
ଯାହାକୁ ପଢ଼ି ଜେଜେମା
ତୁଳସୀ ଗୁନ୍ଥେ ତିଳକ ନାଏ
ଚିତ୍ତ କୁ ଚୈତନ୍ୟ ଆଡେ
ଭିଡୁଥିବା ଧାରେ ଅମ୍ଳାନ ଚିତା
ହଁ ସେ ହିଁ ଗୀତା l
ଆସ ଥରେ, ଛୁଇଁ ଦେଖ
ଏକ ଚିରନ୍ତନୀ ପ୍ରବହମାନ ଉର୍ଜାସ୍ତମ୍ଭର
ମୋକ୍ଷ ପ୍ରଦାୟିନୀ ବିସ୍ମୟ ସତ୍ୟ କୁ
ବୁଝିବା କେତେ ସହଜ !
ଖୋଲା ଆଖିରେ ପରଖି ନିଅ
କର୍ମ ରୁ ଭକ୍ତି
ଭକ୍ତି ରୁ ସନ୍ୟାସୀ କରୁଥିବା
ଶାଳଗ୍ରାମ ଟି ରେ ତାଙ୍କ
ଚରଣ ବ୍ରଜ ।