ଜଙ୍ଗଲ ଯିବୁ !
ଜଙ୍ଗଲ ଯିବୁ !
ଜଙ୍ଗଲ ଯିବୁ
କୋଳି ଖାଇବୁ
ବାଘ ଆସିଲେ ଡରିବୁନି?
ଏତିକି କହି
ସେ ଫୁଙ୍କିବା ଆଗରୁ ମୁଁ
ତା ଆଖି ଯୋଡ଼ାକ ବନ୍ଦ କରିଦିଏ ।
ପୌଷ ସିନା ପାଉଁଶ ତଳୁ
ମେଲାଣି ମାଗେ
ହେଲେ ମାଘ ବାଘ ହୋଇ
ମାଡ଼ି ଆସେ
ସେ କି ବୁଝେ?
କନିଆରି ଆଉ କଇଁ ର
ପ୍ରେମ କାହାଣୀ l
ଜଣେ ମିଠା ବୁଣି ବୁଣି
ଝରିଯାଏ
ଜଣେ ସୁଧା ସାଇତି
ମୌଳି ଯାଏ l
ଜଙ୍ଗଲ ଆଉ ଜହ୍ନ ରାତି
ମୃଗାକ୍ଷ ର ଫୁଲଶରରେ
ମୁଁ ନିଜେ ଶରବିଦ୍ଧ ବ୍ୟାଧ
ଆଉ ତୁ
କଳା ଚାନ୍ଦୁଆ ତଳେ
ଝୁଲି ପଡ଼ିଥିବା
ମଖମଲି ଅଭେଦ୍ୟ ଶ୍ଵେତପଦ୍ମ ଟିଏ।
