STORYMIRROR

Bibhu Samanta

Romance

3  

Bibhu Samanta

Romance

ଶରତର ସେହଜାଦୀ

ଶରତର ସେହଜାଦୀ

1 min
218

ଶୁଣ... ଏ ଶରତର ସେହଜାଦୀ

ସବୁଜ ସଲ୍ୱାର ସାଙ୍ଗେ 

ସଫେଦ ଓଢଣୀ ପକେଇ

ଏଥର ବି ଆସିଛୁ 

କଣ ପଢେଇବୁ ମୋତେ

ତୋ ପାଇଁ ପାଠ ସବୁ ମୁଁ

ପାଶୋରି ଗଲିଣି..

ଯାହା ଲେଖିଥିଲି ଡାଏରିରେ ମୋର

ଶ୍ରାବଣରେ ମୁଁ ଭସେଇ ଦେଲିଣି।


ଆଲୋ... ଏ ସାହେବାଣୀ

କହୁନୁ... କାହା ସଙ୍ଗେ

ପେଞ୍ଚ ପଡିଛି ତୋର?

କାହା ପାଇଁ ଏ କବିତା ଲେଖା,

କୋଉଠି ହଜିଛି ମନଟା ତୋର?

କହିବୁନି ... ତ !!!

ମୁଁ ବି ପାଇଛି ଚିଠିଟିଏ

ତୋ ନାଁ ରେ

ଟିପିଟିପି କାକର ଟୋପାରେ


ଧେତ

ଜହ୍ନ ରାତିରେ ତୋ ରେଶମୀ ଛୁଆଁ

ମୋତେ ଅଥୟ କଲାଣି

ସାରି ଆସୁଥିବା ଆୟୁଷ ସାଙ୍ଗେ

ତୋର ମୋର ଭାବ କାହିଁ

ଭଲ ଦିସୁନି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance