STORYMIRROR

Bibhu Samanta

Children

3  

Bibhu Samanta

Children

ସଂଖ୍ୟା ସଙ୍ଗୀତ

ସଂଖ୍ୟା ସଙ୍ଗୀତ

1 min
180

ଏକ ଦେଖ ଏକଲା ବୋଲି

ଦୁଇ ଆଖିରେ ଲୁହ

ତିନି ବୁଲେ ତ୍ରିରଙ୍ଗା ଧରି

ଚାରି ଗେହ୍ଲା ପୁଅ । 


ପାଞ୍ଚ ନୀତି ବଣରେ ବୁଲେ

ଛ ଟା ଛଟପଟ,

ସାତ ଗାଏ ସୁରିଲା ଗୀତ

ଆଠ ପଢ଼େ ପାଠ।


ନଅ ର ମନ ନାଉଡଙ୍କିଆ

ଶୁନ କୁ ନେଇ ସାଥିରେ ଏକ

ଦଶ ଜଗିଛି ଘାଟ ।


ଏଗାର ଯାଇଛି ଜାଗର ମେଳା

ବଗୁଲା ବାର ସାଙ୍ଗେ,

ତେର ବଜାଏ ତେଲିଙ୍ଗି ବାଜା

ନାଚି କି ନାନା ରଙ୍ଗେ ।


ଚୋଉଦ ଟା ଆମ ଚଗଲା ସିନା

ଭାରି ସୁନ୍ଦର ତା ରୂପ

ପନ୍ଦର କହୁଛି ବୁଲି ଆସିବ

ତା ସାଙ୍ଗେ ପାରାଦ୍ଵୀପ।


ଷୋହଳ କାମ ଚଞ୍ଚଳ ବୋଲି

ଅନେକ ସାଥୀ ତାର,

ସତର ଟା ପରା ସାହସୀ ଝିଅ

ସହରେ ବୁଲି ରାତି ଅଧରେ

ଧରେ ସେ କେତେ ଚୋର ।।


ଅଠର ଏକ ଖୋଲା ବହି

ଅନେକ କଥା ଜାଣେ ,

ଉଣେଇଶି ଟି ଆମ ବୁଢ଼ୀ ମାଉସୀ

ପିଲାଙ୍କ ପାଇଁ ଶୀତ ପୋଷାକ ବୁଣେ।


ଦୁଇ ରେ ଶୁନ କୋଡ଼ିଏ ବୋଲି

କରେନି କେବେ ମାନ

ଯୋଡିଏ ଶୁନରେ ଚକା ଆଖି ପରା

ଭକତ ହାତ ରୁ ନଡିଆ ଖାଏ

ନାହିଁ ତା ପାଖେ ବଡ ସାନ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children