STORYMIRROR

Bibhu Samanta

Inspirational

4  

Bibhu Samanta

Inspirational

ଆସ ଆମେ ବାପା ହେବା

ଆସ ଆମେ ବାପା ହେବା

1 min
274


ମୋ ଜନ୍ମଦିନରେ 

ମୋତେ ସବୁଠୁ ଭଲ ମାନୁଥିବା ଜାମାଟି

ମୋ ବାପାଙ୍କ ପସନ୍ଦ ।


ବୋଉ ହାତ ତିଆରି 

ସୁଆଦିଆ ମାଛ ବେସର

ସରିବା ଆଗରୁ ଥାଳି ପୂର୍ଣ୍ଣ କରୁଥିବା ପାତ୍ରଟି 

ମୋ ବାପାଙ୍କ ଗିନା।


ଧୁ ଧୁ ଖରାରେ 

ସୂର୍ଯ୍ୟକୁ ପିଠି କରି 

ମୋତେ ଛାତହୋଇ ଠିଆହେବା ଦେହଟି

ମୋ ବାପାଙ୍କ ଛାଇ ।


ଶୀତ ରାତିରେ 

କମ୍ବଳଠୁ ବି ଉଷୁମ ଆଶ୍ରୟଟି

ମୋ ବାପାଙ୍କ ଛାତି।


ରଥ ଆଉ ଦୋଳରେ

ମୋତେ ଉପରକୁ ଟେକି ଦିଅଁ ଦେଖେଇବା ଝୁଙ୍କଟି

ମୋ ବାପାଙ୍କ କାନ୍ଧ ।


ଆକାଶର ସବୁ ଖୁସିକୁ

ମୁଠାରେ ସାଉଁଟି 

ଅଜାଡି ଦେବା ମନଟି କେବଳ 

ବାପାର ମନ ।


ଝିଅଟି ନୂଆ କରି

ପ୍ରେମ କଲା ବେଳେ

ପ୍ରେମିକ ଭିତରେ ଖୋଜୁଥାଏ ଖାଲି

ତା ବାପାଙ୍କ ମୁହଁ ।


ଅକ୍ଷର ଯେତେ ସଜାଡ଼ିଲେବି

ଅଧୁରା ହୋଇ ରହୁଥିବା 

ଗ୍ରନ୍ଥଟିର ନାଁ ବାପା।


ସବୁ ମାନସିକକୁ

ନିସର୍ତ୍ତରେ ପୂରଣ କରିବା

କଳ୍ପବୃକ୍ଷଟିର ନାଁ ବାପା।


ଆସ କେବେ..

ଫୁଲା ଫାଙ୍କିଆ ଜୀବନରୁ

ଫୁରସତ କାଢି 

ବାପା ଙ୍କୁ ବୁଝିବା

ତାଙ୍କ ପାଦଚିହ୍ନକୁ ପୂଣ୍ୟତୀର୍ଥ କରି

ବାଟ ଚାଲିବା

ଆସ ଆମ ଭିତରେ ବାପାଙ୍କୁ ଖୋଜିବା 

ବାପାର ମନ ନେଇ

ଆସ ଆମେ ବାପା ହେବା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational