ପରଶମଣିର ଦୁଃଖ
ପରଶମଣିର ଦୁଃଖ
ସଞ୍ଜ ରେ ବଉଳ ଯେବେ
ଝରିପଡ଼େ ଅଗଣାରେ ମୋର
ସେ ପଚାରେ...
କହ ଏ ବାସ୍ନା ସବୁ ସାଇତିବୁ କାହା ପାଇଁ?
ମୁଁ ଆଞ୍ଜୁଳି ଭର୍ତ୍ତି ଫୁଲ ତୋଳି ଆଣି
ବିଛେଇ ଦିଏ ତୋ ଆଗରେ
ରାତି ସାରା ତୁ ବାସିବୁ ବୋଲି ।।
ଆଖି ବୁଜିବା ଆଗରୁ
ଶେଯରେ ଶୋଇ ତୋତେ ପଚାରେ
କଣ ଦେଖୁଛୁ?
ବୟସ ଆଉ ଟିକେ ଗଡି ଗଲା କି?
ନା... ରେ, ମୁଁ ଏବେ ବି ସେମିତି
ଅଳତା ନାଏ... ନୁପୁର ବାନ୍ଧେ
ଆଇନା ଦେଖି ସଜେଇ ହୁଏ
ତୁ ଟିକେ ହସିବୁ ବୋଲି ।।
ମୋ ଉହୁ ରେ ମୋ କୁହୁ ରେ
ମୋ ପ୍ରାପ୍ତିରେ ମୋ ଅବଶୋଷ ରେ
ମୁଁ ମାନି ନେଇଛି ତୋର
ନୀଳ ସ୍ୱାକ୍ଷରକୁ
ମୋ ଖିଆଲି ମନରେ
ତୋ କଳା ଦେହେ ମିଶିବି ବୋଲି ।।