STORYMIRROR

Bibhu Samanta

Romance

4  

Bibhu Samanta

Romance

ପରଶମଣିର ଦୁଃଖ

ପରଶମଣିର ଦୁଃଖ

1 min
239

ସଞ୍ଜ ରେ ବଉଳ ଯେବେ

ଝରିପଡ଼େ ଅଗଣାରେ ମୋର

ସେ ପଚାରେ...

କହ ଏ ବାସ୍ନା ସବୁ ସାଇତିବୁ କାହା ପାଇଁ?

ମୁଁ ଆଞ୍ଜୁଳି ଭର୍ତ୍ତି ଫୁଲ ତୋଳି ଆଣି

ବିଛେଇ ଦିଏ ତୋ ଆଗରେ

ରାତି ସାରା ତୁ ବାସିବୁ ବୋଲି ।।


ଆଖି ବୁଜିବା ଆଗରୁ

ଶେଯରେ ଶୋଇ ତୋତେ ପଚାରେ

କଣ ଦେଖୁଛୁ?

ବୟସ ଆଉ ଟିକେ ଗଡି ଗଲା କି?

ନା... ରେ, ମୁଁ ଏବେ ବି ସେମିତି

ଅଳତା ନାଏ... ନୁପୁର ବାନ୍ଧେ

ଆଇନା ଦେଖି ସଜେଇ ହୁଏ

ତୁ ଟିକେ ହସିବୁ ବୋଲି ।।


ମୋ ଉହୁ ରେ ମୋ କୁହୁ ରେ

ମୋ ପ୍ରାପ୍ତିରେ ମୋ ଅବଶୋଷ ରେ

ମୁଁ ମାନି ନେଇଛି ତୋର

ନୀଳ ସ୍ୱାକ୍ଷରକୁ

ମୋ ଖିଆଲି ମନରେ

ତୋ କଳା ଦେହେ ମିଶିବି ବୋଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance