ଚାରୋଟି କବିତା
ଚାରୋଟି କବିତା
ବଡ଼ଦିନ ପର୍ବ ଆସିଛି ମର୍ତ୍ତ୍ଯକୁ
ସତର୍କ କରିବା ପାଇଁ
ହିଂସା ଦ୍ବଷ ଭୁଲି ନିସ୍ବାର୍ଥପରତା
କରିବାକୁ ଥାଏ ଚାହିଁ
ଧର୍ମରେ ଦୀକ୍ଷିତ ହୋଇ
ପଶୁ ପକ୍ଷୀ ବଳି ଭୁଲିକି ମାନବ
ହୋଇଯାଅ କୋଳାକୋଳି।
ଖ୍ରୀଷ୍ଟମାସ ପର୍ବ ଯୀଶୁଙ୍କର ଲକ୍ଷ୍ଯ
ମାନବ ଗଲେଣି ଭୁଲି
ଜିହ୍ବା ଲାଳସାରେ ହତ୍ଯା ଚାଲେ ଆଜି
ଲଗାଇ ବେକେ ଭୁଜାଲି
ନିରୀହକୁ ଦେଇ ବଳି
ଭାବୁଅଛି ମନେ ଗର୍ବର ସହିତ
ପାଳୁଛି ପର୍ବକୁ ଖାଲି।
ପ୍ରଭୁ ଯୀଶୁ ଆଉ ହିନ୍ଦୁଙ୍କର ଥିଲା
ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଏକ
ଭାଇଚାରା ସହ ଧର୍ମର ମାର୍ଗରେ
ହେବାକୁ ମହୀରେ ଏକ
ଜିହ୍ବା ଲାଳସାରେ ଭୋକ
ଏ ସବୁକୁ ତେଜି ପବିତ୍ର ହୃଦୟ
ହୁଅରେ ଜଗତ ଲୋକ।
ମାନବଟା ଆଜି ପଥଭ୍ରଷ୍ଟ ହୋଇ
ଭୁଲିଛି ଧର୍ମର ମାର୍ଗ
ଜିହ୍ବା ଲାଳଷାରେ ମଦ ମାଂସ ଖାଇ
ଭାବୁଛି ଯିବ କି ସ୍ବର୍ଗ
ହିଂସା ଦ୍ବେଷ ସହ ରାଗ
ବଢି଼ବା ସହିତ ହତ୍ଯା ଓ ଲୁଣ୍ଠନ
କରି ପାପ ଆଣେ ଭାଗ।