ଓଡ଼ିଆ ନୂଆ ବର୍ଷ
ଓଡ଼ିଆ ନୂଆ ବର୍ଷ
ହେ ଓଡ଼ିଆ ନୂଆ ବର୍ଷ ଆନନ୍ଦରେ
ଓହ୍ଲାନ୍ତୁ ମର୍ତ୍ତ୍ୟକୁ ଆମ
ଶୁଦ୍ଧ କରିଦିଅ ଜଳ ଆଉ ବାୟୁ
ଦୂରେଇ କି ନୀଚ୍ଚ ଭ୍ରମ।୧
ନିର୍ମଳ କରନ୍ତୁ ପ୍ରତିଟି ହୃଦୟ
ଅହଙ୍କାର ଦୂର ହେଉ
ଦୟା ଆଉ କ୍ଷମା ସଞ୍ଚରିତ ସହ
ପ୍ରେମାନନ୍ଦେ ଖେଳିଥାଉ।୨
ନୂଆ ବର୍ଷ ବୋଲି ପଡୁଛି ଉଠୁଛି
ଚୌଦିଗେ ଭରା ସଂସାର
ଓଡ଼ିଆଙ୍କ ବେଶୀ କର୍ମ ଆଉ ଧର୍ମ
ଆଖିରୁ ପ୍ରେମର ଝର।୩
ଖରାକୁ ସାଙ୍ଗରେ ଆଣିଅଛ ତୁମେ
ବାଣ୍ଟିବାକୁ ନୂଆ ଦାନ
ଆମ୍ବ ଓ ପଣସ ସମର୍ପଣ ତୁମ
ଜୀବଙ୍କ ଯେଉଁଠି ମନ।୪
କିଏ ଡାକୁଅଛି ମାଆ ମାଆ ବୋଲି
କିଏ ଡାକେ ହରି ଆସ
ମନ ମନ୍ଦିରରେ ବସିବା ହୁଅନ୍ତୁ
କରି କି ଆମକୁ ବଶ।୫
ତୁମ ଅବଦାନ ଭୁଲି କି ପାରିବୁ
ବଞ୍ଚିଥିବା ଯାଏଁ ଆମେ
ଆଲୋକ ପବନ ପାଣି ଉପହାର
ରହିବାକୁ ଏହି ଭୂମେ।୬
ବଞ୍ଚିବା ପାଇଁ କି ସବୁ ଦେଇଅଛ
ଯାହାର ଯେତିକି ଲୋଡ଼ା
ନୂଆ ବର୍ଷ ତୁମେ ହସାଇ ରଖିବ
ମନ କରିବନି ପୋଡ଼ା।୭
ପ୍ରତି ଜୀବଙ୍କର ଯାହାଯାହା ଶକ୍ୟ
ଖଞ୍ଜି ଦେଇଅଛ ତୁମେ
ନୂଆ ବର୍ଷ ତୁମେ ନୂଆ ଡାଳ ମେଲ
ପାଇକି କୃତାର୍ଥ ଭୂମେ।୮
ଆହେ ନୂଆ ବର୍ଷ ଘେନ ପୂଜାଫୁଲ
ନୂଆରୁ ଦେବନି ଦୁଃଖ
ତୁମ ଅବଦାନ ପାଇ ହେଉଥିବୁ
ଏ ସଂସାରେ ମହାସୁଖ।୯
ତୁମକୁ ଚାହିଁକି ସବୁ ଭୁଲିଯିବୁ
ଭୋକ ଶୋଷ ନିଦ୍ରା ଭୟ
ସଦା ଗାଉଥିବୁ ସ୍ବାଗତ ସ୍ବାଗତ
ନିତି ହେଉ ତୁମ ଜୟ।୧୦