STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ବିପଜ୍ଜନକ

ବିପଜ୍ଜନକ

1 min
8


ପ୍ରଚଣ୍ଡ ତାତିକୁ ଆର୍ଦ୍ରତା ଘାତକ

   ଓଡ଼ିଶା ହେଲାଣି ଦେଖ

ବୁଲନାହିଁ କେହି ଭାଇ ଭଉଣୀ ହେ

   ବୁଲିଲେ ଉଡ଼ିବ ସୁଖ।


ବ୍ରେନ୍ ଷ୍ଟ୍ରୋକ ଆଉ ହୃଦଘାତ ହେବା 

   ସମ୍ଭାବନା ବେଶୀ ଅଛି

ଗ୍ରୀଷ୍ମର ଲହରୀ ଆହୁରି ବଢିବ

   ଜଳାଭାବ ହେଉଅଛି।


ଆଶ୍ୱସ୍ତି ମିଳିବା କାଠିକର ପାଠ 

   ନିଜକୁ ବୁଝାଇ ନିଅ 

ନ ହେଲେ ଜୀବନ ଖେଳ ସରିଯିବ

   ଏ ଦେହକୁ ଭଲପାଅ।


ଦେହ ବଞ୍ଚିଥିଲେ ଉପଭୋଗ ଅଛି

   ଏହି ଏ ସଂସାର ପୂରେ

ସାମାନ୍ୟ ସତର୍କ ରହିବାକୁ ତେଣୁ

   ଅନୁରୋଧ ମୁହିଁ କରେ।


ଡହଡ଼ହ ତାତି ଟଳିଯାଉ ଆମ

   ମୁଣ୍ଡର ଉପରୁ ପରା

କର୍ମ ଆଉ ଧର୍ମ କରିବା ଶାନ୍ତିରେ

   ସୁନ୍ଦର ବୁକୁ ଏ ଧରା।


     


Rate this content
Log in

Similar oriya poem from Abstract