ବଫେଇ
ବଫେଇ
1 min
4
ବଫେଇ ଶଦ୍ଦରେ ତିନି ଅକ୍ଷର
ଯାହା ମୁଁ ବୁଝିଛି ଲେଖିଲି ତାର।୧
ପ୍ରଥମ ଅକ୍ଷର ବ ହୋଇଛି
ବସି ନ ଖାଇବା ନିର୍ଦ୍ଦେଶ ଅଛି।୨
ଦ୍ବିତୀୟ ଅକ୍ଷର ଫେ'ରେ ଭାଇ
ନ ଖାଇ ଫେରିଲେ ଦୁଃଖ ବି ନାହିଁ।୩
ତୃତୀୟ ଅକ୍ଷର ଇ' ଜାଣିଥା
ଇଚ୍ଛା ହେବ ଯଦି ଠିଆ ଖାଉଥା।୪
ବାଧ୍ୟ ନାହିଁ ଭାଇ କାହାକୁ ଆମ
ନ ଖାଇବ ଯଦି ଯାଆରେ କ୍ରମ।୫
ଖାଇବୁ ଯଦି ତ ଦେବିରେ ଫୁଟେ
ନେଇଯାଅ ମନା ନାହିଁଟି ମୋଟେ।୬
ବସିବାକୁ ନାହିଁ ଆସନ କନା
ଚେୟାର ଟେବୁଲ ସବୁ ହିଁ ମନା।୭
ଖାଇବୁ ମାଂସକୁ ଫିଙ୍ଗିବୁ ତଳେ
ମାଡ଼ି ଚକଟିବୁ ଖାଇବା ଭୋଳେ।୮
ଅମୃତ ଖାଇବା ପରି ହୋଇବ
ନିଜର ଜୀବନ ଧନ୍ୟ ହୋଇବ।୯
ଅତିଥି ତୁମେରେ ଈଶ୍ଵରମଣି
ଖାଇବାକୁ ଦେଲି ବଫେଇ ପାଣି।୧୦