STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ବିଦାୟ କାଳୀନ ସଭା

ବିଦାୟ କାଳୀନ ସଭା

1 min
46


ବିଦାୟ କାଳୀନ ସଭା ବସିଅଛି

ସଂସାର ହାଟରେ ଆମ

ଡହଡ଼ହ ଖରା ତାତି ଯାଉଅଛି

ତଥାପି କାହିଁକି ଭ୍ରମ ?


ଛାଡ଼ି ଚାଲିଯିବେ ଭାଇ ଓ ଭଉଣୀ

ମହାବିଦ୍ୟାଳୟୁ ଆମ

ପର ହୋଇଯିବୁ ନିଜର ଯେ ଥିଲୁ

କିଏ ଯୋଡ଼ିହେବେ କ୍ରମ।


ଦୁଃଖ ଲାଗେ ବଡ଼ ସମ୍ପର୍କ ବିଚ୍ଛେଦ

ଯେବେ ହେଉଅଛି ଆମ 

କାଳ କଟାଇବା କେମିତି ହୋଇବ

ଏହି ଏ ସଂସାର ଧାମ।


ଆସିବା ଓ ଯିବା ରହିଛି ନିୟମ

ବ୍ୟତିକ୍ରମ କେ' କରିବ

ଈଶ୍ଵର ନିର୍ଦ୍ଦେଶ ଚାଲିଛି ଚାଲିବ 

ସଭିଏଁ ସଂସାରେ ବଶ।


ଶୀତଥିଲା ଖରା ଆସିବା ପରିକା 

ଆଜି ଆମ ପାଖେ ହେଲା

ବଡ଼ ଭାଇ ଆଉ ଭଉଣୀ ସଭିଏଁ

ଯିବା ହିଁ ନିଶ୍ଚିତ ଥିଲା।


ଯାଅ ତୁମେ ବଡ଼ ଭାଇ ଭଉଣୀ ହେ

ଭୁଲ ପାଇଁ କ୍ଷମା ଦେବ

ସାନ ଭାଇ ଆଉ ଭଉଣୀ ବୋଲିକି 

ହୃଦୁ ଦୂର ନ କରିବ।


ଫିଙ୍ଗି ଦେବ ନାହିଁ ଖରା ପରି ତୁମେ

ଶୁଖାଇ ଦେବନି ନୀର

ଯେଉଁଠାରେ ରୁହ ନିଜ ଅନ୍ତର୍ମନେ 

ଉଜ୍ଜଳ କରିବ ଝର।


ଆସିବା ଓ ଯିବା ଟାଳି ପାରିବାକୁ 

ନୁହେଁରେ ସାମର୍ଥ୍ୟ ଆମ

ଯାଅ ଶୁଭ ଲଗ୍ନେ ଭବିଷ୍ୟ ପାଇଁକି

ରଖିବ ନିଜର ନାମ।


ମରିକି ଅମର ହେବା ପାଇଁ ସ୍ବପ୍ନ

ଦେଖିବ କର୍ମକୁ କରି

ଧର୍ମର ନଈରେ ନିତି ହିଁ ଗାଧୋଇ

ଧୋଇ କଳୁଷିତ ଜାରି।


ହେ ଭାଇ ଭଉଣୀ ଆଉ ଥରେ ମାଗେ

କ୍ଷମା ଦେବ ସ୍ଵଗୁଣରେ 

ନୀଚ ଧିଟ ବୋଲି ଘୃଣା କରିବନି

ଆଜିର ଖରା କାଳରେ।


  


Rate this content
Log in

Similar oriya poem from Abstract