STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଶପଥ

ଶପଥ

1 min
15

ଶପଥ କରିଛି କଥା ମୁଁ କହିବି

 ମାଆଙ୍କ ସହିତ ଯେବେ

 ପ୍ରେମର ସହିତ ମଧୁର ବଚନ

  କହି କଟାଇବି ଭବେ।


ସମ୍ମାନର ସହ ବାପାଙ୍କ ସହିତ

 ସତ୍ୟତା ପୂର୍ଣ୍ଣରେ ପତ୍ନୀ

 ପୁଅ ଝିଅ ସହ ଉତ୍ସାହ ମନରେ

  କଥା ମୁଁ କହିବି ନିତି।


ସସ୍ନେହରେ କଥା ଭଉଣୀ ସହିତ

 ହୃଦୟରୁ ଭାଇ ସଙ୍ଗ

 ଉଲ୍ଲାସ ମନରେ ବନ୍ଧୁଙ୍କ ସହିତ

  ଧରିଛି ଶପଥ ମଙ୍ଗ।


ଗ୍ରାହକ ସହିତ ସାଧୁତାର କଥା

 ବିକ୍ରେତାଙ୍କ ସହ ମୁହିଁ

 ନିଶ୍ଚିତ ମନରେ କଟୁକ୍ତି ନ କହି

  ଭାବରେ ମୁଖକୁ ଚାହିଁ।


ବଡ଼ ସାବଧାନେ ନେତାଙ୍କ ସହିତ

 କହିବାକୁ ଯିବି କଥା

 କଥା ହୁଡ଼ିଗଲେ ନିଶ୍ଚିତ ଭାଇର

  ହୃଦୟ ହୋଇବ ବ୍ୟଥା।


ଭଗବାନ ସହ ନୀରବ ଓ ଧ୍ୟାନେ 

 ବସିକି କହିବି ମୁହିଁ

 ଜୀବନେ ସନ୍ତୋଷ ପାଇଁକି ଏ ମୋର

  ଶପଥ ଈଷ୍ଟଙ୍କୁ ଚାହିଁ।


ସଂଜ ମୁହଁଟାରେ ଲୁଚି ଯିବାବେଳେ 

 ପଶ୍ଚିମରେ ସୂର୍ଯ୍ୟଦେବ

 ଶପଥ ରଖିଚି ଜୀବନ ନୌକାକୁ 

  ବୋହିନେବା ପାଇଁ ଭବ।


କର୍ମର ଅଧୀନ ଧର୍ମର ପଥରେ

 ନିତ୍ୟ ମୁଁ ଚାଲିବି ବୋଲି

 ସଂସାର ଜଞ୍ଜାଳ ହରିବା ପାଇଁକି

  କହୁଛି ହୃଦୟ ଖୋଲି।


ବିନୟ ବଚନ ଅମୃତ ହେଉ ମୋ

 ବିତିଯାଉ ଏ ଜୀବନ

 ଦୁଃଖ ଆଉ କଷ୍ଟ ସବୁ ହିଁ ମଧୁର

  ଭାବିକି ହେଉଛି ଧନ୍ୟ।


ସ୍ଵର୍ଗରେ ରହିଛ ବାପା ଆଉ ମାଆ

 ପାଖରେ ପୁତ୍ର ଓ ପତ୍ନୀ

 ଭାଇ ବନ୍ଧୁ ଆଉ କୁଟୁମ୍ବ ସଭିଏଁ

  ମୋ ବଚନେ ହୁଅ ଶାନ୍ତି ।


Rate this content
Log in

Similar oriya poem from Abstract