STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଚାଲି ଯାଉଅଛୁ ଆମେ

ଚାଲି ଯାଉଅଛୁ ଆମେ

1 min
5

ଆସିଥିଲୁ ଦିନେ ଚାଲି ଯାଉଅଛୁ

ପୂରିଲା ସମୟ ଆମ

ରହି ନ ପାରିବୁ ଆଉ କିଛି କ୍ଷଣ

ସୃଷ୍ଟିର ଏହା ନିୟମ।


ଆସିବା ଓ ଯିବା କ୍ରମ ତ ଚାଲିଛି

ଦିନ ପରେ ରାତି ପରି

ତାକୁ କି କେବେ ହେଁ ଭୁଲିବାର ଅଛି

ସଦା ରହିଥିବ ଜାରି।


ଆସିଥିଲୁ ଆମେ ଯାଉଅଛୁ ଚାଲି

ଚିହ୍ନ ଯାହା ରହିଗଲା 

ଭଲ ଅବା ମନ୍ଦ ଯାହା କରିଅଛୁ 

ଅକ୍ଷତ ହିଁ ରହିଗଲା।


ଭଲ କରିଥିଲେ ଶୁଭଙ୍କ ଦୃଷ୍ଟିରେ

ଭଉଣୀ ଭାଇ ଦେଖିବ

ମନ୍ଦ କାମ ଯଦି କରିଥିବୁ ଆମେ

ସ୍ଵଗୁଣରେ କ୍ଷମା ଦେବ।


ଯିବା ସମୟରେ କଣ ଅବା ଦେବୁ

ହେ ସାନ ଭଉଣୀ ଭାଇ

ଆଶିଷ ବ୍ୟତୀତ ଆଉ କିବା ଅଛି

ଅର୍ପଣ ଦେବୁରେ ଥୋଇ ।


ଆଶୀର୍ବାଦ ଘେନ ଜୀବନ ଯୌବନେ 

ଭଲ ମଣିଷଟେ ପାଇଁ

ସଂସାର ତୁମକୁ ସଦା ମନେ ରଖି

ଗାଇବରେ ଖୁସି ହୋଇ।


ଆମେ ତ ଜୀବନେ କିଛି କରିନାହୁଁ

ତୁମ ପାଇଁ ଆଜିକାଲି

ଦୁଃଖ ଛଡ଼ା ଆଉ କଣ ବା ଦେଇଛୁ 

ଆମକୁ ଯିବରେ ଭୁଲି।


ସକଳ ସୌନ୍ଦର୍ଯ୍ୟ ଅଜାଡ଼ି ହୁଅନ୍ତୁ

ଆଜି ତୁମ ଚାରିପାଖେ 

ପାଦ କଣ୍ଟା ସବୁ ଦୂରେଇ ବିଞ୍ଛାଡି 

ଫୁଲ ଫୁଟୁ ପ୍ରତି ମୁଖେ।


କର୍ମର ଅଧୀନ ଆମେ ତ ସଭିଏଁ

ଧର୍ମର ପଥରେ ଯିବା 

ପ୍ରେମର ହାଟରେ ସଉଦା କିଣିକି

ଜୀବନ ବିତେଇ ଦେବା।


ଜଗତ କଲ୍ୟାଣ କରୁଥିବ ସଦା

ହୃଦୟରୁ ହିଂସା ଭୁଲି

ସତ୍ୟ ପଥେ ଚାଲି ଅମର ହେବାକୁ

ଏହା ଯିବ ନାହିଁ ଭୁଲି।

       


Rate this content
Log in

Similar oriya poem from Abstract