Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ବିରାଜିତ ଶକ୍ତିରୂପା ମର୍ତ୍ତ୍ୟମଣ୍ଡ

ବିରାଜିତ ଶକ୍ତିରୂପା ମର୍ତ୍ତ୍ୟମଣ୍ଡ

1 min
208



ଶସ୍ୟଶ୍ୟାମଳାପୂର୍ଣ୍ଣ ଭୂଇଁ ସୁସଜ୍ଜିତ ହୋଇଛି ମା'ଙ୍କ ପାଇଁ


ସୁଗନ୍ଧିତ ପୁଷ୍ପ ବାସ୍ନା ସଞ୍ଚାରିତ ଦେବୀଙ୍କ ଭକ୍ତିରେ ଯହିଁ 


           ହେ ଜନନୀ !!


ଭକ୍ତିର ପାର୍ବଣ ପ୍ରେମ ପ୍ରୀତି ଶ୍ରଦ୍ଧା ନାମ ଗୁଞ୍ଜେ ଅନୁକ୍ଷଣ


ଘନନୀଳ ବସ୍ତ୍ରେ ପରିଧାନ ଦେବୀ ମଣ୍ଡପରେ ଆରୋହଣ


           ହେ ଜନନୀ !!


ପ୍ରତିପାଦିତ କରେ ବସ୍ତ୍ର ଘନ ନୀଳ ଐଶ୍ୱରୀୟ ଶକ୍ତି ପରା 


ଘନ ନୀଳ ବସ୍ତ୍ର ପରିଧାନେ ନାରୀ ପୂଜନ୍ତି ଶକ୍ତିଙ୍କୁ ସାରା 


           ହେ ଜନନୀ !!


ମହୁରୀ  ବାଜୁଛି ମୃଦଙ୍ଗ ଗୁଞ୍ଜୁଛି ଶଙ୍ଖ ହୁଳହୁଳି ଶବ୍ଦ


ଗାଁ ଠୁ ସହରରେ ଭକ୍ତିମୟ ସାରା ଶୁଭେ କରତାଳି ବାଦ୍ୟ


           ହେ ଜନନୀ !!


ବିଘ୍ନ ବିନାଶିନୀ ମହିଷା ମର୍ଦ୍ଦିନୀ କରୁଣା କରହେ ଦୁର୍ଗେ


ସଙ୍କଟ ତାରିଣୀ ଶକ୍ତିରୂପା ତୁହି ଜଗଜ୍ଜନନୀ ମା ଦୁର୍ଗେ


          ହେ ଜନନୀ !!


ରାଷ୍ଟ୍ରର ମଙ୍ଗଳ କର ଆଦି ମାତା କର ଶକ୍ତିଶାଳୀ ଦେଶ


ସଂସ୍କୃତି ସଂସ୍କାର ସନାତନ ଧର୍ମ ଗୁଞ୍ଜୁ ଥାଉ ସାରା ବିଶ୍ବ


          ହେ ଜନନୀ ।।


ଶତ୍ରୁର ତାଣ୍ଡବ ଦୂର କର ମାତା ଦୂର କର ଭ୍ରଷ୍ଟାଚାର 


ଆତଂକବାଦୀର ବିନାଶ କରହେ କରୁଛନ୍ତି ଅତ୍ୟାଚାର 


          ହେ ଜନନୀ !!


ଅମୃତଏ କାଳ ଆବିର୍ଭାବ ତୋର ଭକ୍ତିରେ ପୂଜନ୍ତି ଜନ


ଆତ୍ମନିର୍ଭରଶୀଳ ହୁଅନ୍ତୁ ଯୁବା ଶକ୍ତି ତୁ କର ପ୍ରଦାନ


          ହେ ଜନନୀ !!




Rate this content
Log in

Similar oriya poem from Abstract