STORYMIRROR

Shradhanjali Dash

Abstract

3  

Shradhanjali Dash

Abstract

ଜୀବନ

ଜୀବନ

1 min
225

ଜନ୍ମ ଆଉ ମୃତ୍ୟୁ ର

ବ୍ୟବଧାନ ହିଁ କଣ ଜୀବନ ?          

   ଯେଉଁଠି ଅତୀତ ସ୍ମୃତି ହୋଇଯାଏ

ଆଉ ଭବିଷ୍ୟତ ସ୍ବପ୍ନ?  


    ଅତୀତକୁ ପାକୁଳି କରିବାରେ

କଣ ବା ମାନେ ହୁଏ?

        ଜୀବନଟା ସରିଯାଏ ଯେତେବଳେ

ଖୁଚୁରା ପଇସା ପରି   ନିଜ ଅଜାଣତରେ?    


 ଜୀବନ ତ ଥାଏ,   ଶୀତୁଆ ସକାଳର

ବାଂଫିଲା ଚା କପ୍ ର ଉଷୁମ ପରଶରେ।


       ଜୀବନ ଥାଏ ତ ସେଇଠି,      

 ନନା ପାନ ଦୋକାନ ର ଟିଣ ତଳେ,  

ସକାଳୁ ସଞ୍ଜ ଯାଏ ହର୍ ଦମ୍ ଚାଲୁଥିବା 

ଅନାବନା ଗପର ଫୁଆର ରେ।         


 ଜୀବନ ଥାଏ ସିନା,    

 ବସ୍ ର ଠେଲା ପେଲା ଭିଡ଼ରେ ଅଣନିଶ୍ୱାସୀ, 

ଅଜଣା ମଣିଷ ଙ୍କ ଅବୁଝା ସମ୍ପର୍କ ଭିତରେ।          ଜୀବନକୁ ବୁଝି ହୁଏ ସିନା,     

 ଅଦିନିଆ ବର୍ଷାଭିଜା ଗୋଧୂଳି ର ମିଠା ମହକରେ।


             ଜୀବନ ର ମାନେ କଣ?       

  ସିଏ ହିଁ ତ ବୁଝାଇ ଥିଲା ,     

  ଯାହାର ନୁଆଁଣିଆ ଚାଳର ମଥାନ ରେ 

ତାରା ଖଞ୍ଜା ଆକାଶ ଟା ଖସିପଡ଼େ ! 


ଜୀବନ ଟା ତ ଚିହ୍ନା ପଡେ,    

 ବୋଉ ର ଲମ୍ବା ପଣତ କାନି ରେ।

ଜୀବନକୁ ଜାଣି ହୁଏ,          

 ନିଜ ନିଶ୍ବାସ କୁ ବିଶ୍ୱାସ କରୁନଥିବା ମଣିଷଟିଏ,    

 

       ସାଙ୍ଗ ସାଥୀ ମେଳରେ

ହସି ହସି ବେଦମ୍ ହେଲା ବେଳେ।     

  ଜୀବନ କୁ ଖୋଜି ହୁଏ,     

  ଗୋଲାପୀ ଓଠର ଲାଜୁଆ ହସରେ।


ନିରୀହ ଆଖି ର ସେଇ ଦୁଷ୍ଟ ଚାହାଣୀ ରେ।

ଜୀବନ ତ ଲୁଚିଛି,

ଫୁଲ ର ବାସ୍ନାରେ, ଆକାଶ ରଙ୍ଗରେ ଆଉ,

ସାଗର ର ନୀଳ ତରଙ୍ଗ ରେ।


ଜହ୍ନ ଆଉ ମେଘର ଲୁଚକାଳି ଖେଳରେ,

ଜହ୍ନ ସିନା ଲୁଚି ଯାଏ,

ହେଲେ ମେଘ କଣ ଲୁଚି ପାରେ?

ବୁଝି ବି ଅବୁଝା ହୁଏ,

ସମୟ ସ୍ରୋତ ରେ ,

ପଡ଼ି ଉଠି ଧାଉଁଥିବା ମଣିଷ ଟିଏ 

ଜୀବନ ର ଅର୍ଥ ଖୋଜୁ ଥାଏ ,  

 କାଳ ର ଅଭିଧାନ ରେ।


                    


Rate this content
Log in

More oriya poem from Shradhanjali Dash

Similar oriya poem from Abstract